Home national news oriya ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ଗୃହ...

ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ଗୃହ ନଗର ଉନ୍ନୟନ ମନ୍ତ୍ରୀ

5
0

Source :- ODIA PUA

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟି ର ୧୦ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଏବଂ ଆଡମ୍ଭର ସହକାରେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଏହି ଉତ୍ସବର ଉଦଘାଟକ ଭାବେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ , ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟବକ୍ତା ଭାବେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ବକ୍ତା ଭାବେ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ରାଜ୍ୟ ମହିଳାମୋର୍ଚା ସଭାପତି ଐଶ୍ଚୋର୍ଯ୍ୟା ବିଶ୍ୱାଳ ଯୋଗ ଦେବାକୁ ନିଜ ନିଜର ସହମତି ପ୍ରକାଶ କରିଛନ୍ତି। ପୂର୍ଣ୍ଣମୀ ଅବସରରେ ସକାଳ ୭ଟା ରେ ସାଧବ ପୁଅ ମାନେ ବୋଇତ ନେଇ ବଣିଜ କରିବାକୁ ଯିବେ। ପରେ ନୌବାଣିଜ୍ୟ ପରମ୍ପରା ସ୍ମୃତି ଚାରଣ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ସନ୍ଧ୍ୟାରେ ସିନେ ତାରକା ଅନୁରାଧା ପାଣିଗ୍ରାହୀ, ସ୍ୱପ୍ନା ପ୍ରିୟଦର୍ଶନୀ, ସମ୍ବିତ ଏବଂ ଶୈଳେନ୍ଦ୍ର ଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ସଭାପତି ଟୁଲୁ ପ୍ରଧାନ ଏବଂ ସଂପାଦକ ପାପା ଜେନାଙ୍କ ନିକଟରୁ ପ୍ରକାଶ।

SOURCE: ODIA PUA