Source :- ODIA PUA
ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ କ୍ରାନ୍ତିପ୍ରଭା ଶତପଥି ପଠାଣିସାମନ୍ତ ମେଧାବୃତି ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି । ମୋଟ ୯୪. ୭୫ ଶତକଡା ନମ୍ବର ରଖି ସେ ଏହି କୃତିତ୍ୱ ହାସଲ କରିଛନ୍ତି । ସେ ମହାନ୍ତିପଡା ଗ୍ରାମର ଆଚାର୍ଯ୍ୟ ଚିନ୍ତାମଣି ଶତପଥି ଓ ମାତା ରତ୍ନାଞ୍ଜଳୀ ଶତପଥିଙ୍କ କନ୍ୟା ହୋଇଥିବା ବେଳେ ମେଧାଛାତ୍ରୀ ଅଟନ୍ତି । ସେହିପରି ଉକ୍ତ ବିଦ୍ୟାଳୟର ରାଜେଶ କୁମାର ସାହୁ ୫୧.୨୫ ନମ୍ବର ରଖି ବ୍ଲକର ଅଷ୍ଟମ ସ୍ଥାନରେ ରହିଛନ୍ତି । ଏହି କୃତିତ୍ୱ ପାଇଁ କୃତି ଛାତ୍ର ଦ୍ୱୟ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି ।
SOURCE: ODIA PUA




