Source :- ODIA PUA
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖରେ ସଂଘଠିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ସ୍ମୃତି ଶହୀଦ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ସନ୍ଧ୍ୟାରେ ଧାମନଗର ବ୍ଳକର ଶହୀଦ ନଗର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଶହୀଦ ସ୍ମୃତି ରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତ ମାସ ୨୨ ତାରିଖ ଦିନ ପାଳିତ ହେବାକୁ ଥିବା ୮୪ତମ ସ୍ମାରକୀ ଦିବସର ସଫଳ ଓ ସୁନ୍ଦର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା।ପାରମ୍ପରିକ କାର୍ଯ୍ୟକ୍ରମ ସହିତ ସାଧାରଣ ସଭା ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ ପୂଜ୍ୟପୂଜା ରକ୍ତଦାନ ଶିବିର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କ୍ରାନ୍ତି କବିତା ପାଠୋତ୍ସବ ଆଦି ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି।ଶହୀଦ ସ୍ମୃତି ପୀଠର ବିକାଶ କାର୍ଯ୍ୟ ଆରମ୍ଭ ଏବଂ ଶହୀଦ ଦିବସକୁ ଭବ୍ୟ ରୂପ ଦେଇଥିବାରୁ ଶହୀଦ ସ୍ମୃତି ରକ୍ଷା ସମିତିର ସଭାପତି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବୈଠକରେ ସାଧୁବାଦ ଅର୍ପଣ କରାଯାଇଥିଲା।ଉପଦେଷ୍ଟା ରଘୁନାଥ ଲେଙ୍କା,ସାଧାରଣ ସମ୍ପାଦିକା ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ,ପ୍ରାକ୍ତନ ସରପଂଚ ରାଜେନ୍ଦ୍ର ସାହୁ,ସତ୍ୟ ନାରାୟଣ ପଣ୍ଡା,ମହେଶ୍ୱର ସାହୁ,ରମାକାନ୍ତ ସାହୁ,ରାଧାକୃଷ୍ଣ ପଣ୍ଡା,ସନ୍ତୋଷ ନାୟକ,ମାନସ ଯେନା,ସନ୍ତୋଷ ସାହୁ,ସୁବାସ ନାୟକ,ଦାଶରଥି ସାହୁ,ରଇଧର ନାୟକ,ରମେଶ ନାୟକ,ସୂଜୟ ମିଶ୍ର,ପ୍ରଶାନ୍ତ ପତି, ମଧୁସୂଦନ ଯେନା,ଚକ୍ରଧର ବାରିକ,ରବି ନାରାୟଣ ପଣ୍ଡା,ଶେଷଦେବ ମିଶ୍ର,ଗଙ୍ଗାଧର ପାଣିଗ୍ରାହୀ,ଉମାକାନ୍ତ ନାୟକ,ସୁଧାକର ସାହୁ,ଜନାର୍ଦ୍ଦନ ହାଜରା ପ୍ରମୁଖ ଯୋଗ ଦେଇଥିଲେ।ସ୍ମୃତି ରକ୍ଷା ସମିତିର ସାଧାରଣ ସମ୍ପାଦକ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
SOURCE: ODIA PUA




