Home national news oriya ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜୟନ୍ତୀ ପାଳିତ

ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜୟନ୍ତୀ ପାଳିତ

5
0

Source :- ODIA PUA

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସତସଙ୍ଗରେ ସାଇ ପ୍ରେମୀମାନେ ଯୋଗଦେଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଅନୁଗାମୀ ହେଲେ ଐଶ୍ୱରିକ ଶକ୍ତି ଜାଗ୍ରତ ହୋଇପାରିବ ବୋଲି କହିଥିଲେ। ପ୍ରାତଃରେ ଓଁକାରମ, ସୁପ୍ରଭାତମ ପରେ ନଗର ସଂକୀର୍ତନ ଅନୁଷ୍ଠିତ ହୋଇଥିଲା। ପରେ ସେବାକାର୍ଯ୍ୟ, ମନ୍ଦିର ସଜସଜା, ପ୍ରଶାନ୍ତି ଧ୍ୱଜା ଉତୋଳନ, ଷୋଡଶ ଉପଚାରରେ ପୂଜା, ତିହିଡି଼ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ, ଶ୍ରୀ ସତ୍ୟସାଇ ଧ୍ୟାନ ବୃକ୍ଷ ଠାରେ ପୂଜାର୍ଚ୍ଚନା ଓ ସାମୂହିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀ ସତ୍ୟସାଇ ସମିତି ପକ୍ଷରୁ ସମାଜସେବୀ ହରିହର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନିଃସହାୟ ଲୋକଙ୍କୁ କମ୍ବଳ ଓ ଅମୃତ କଳସ ବଂଟନ କରାଯାଇଥିଲା। ମଧ୍ୟାହ୍ନରେ ନାରାୟଣ ସେବା ପରେ ଅପରାହ୍ନରେ ଦୀପଦାନ, ବେଦପାଠ, ଭଜନ ଓ ଝୁଲଣ ପରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ରାଜ୍ୟ ସଭାପତିଙ୍କ ବାର୍ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ସ୍ୱାମୀଙ୍କୁ କେକ ଅର୍ପଣ ,ଆତସବାଜି ଓ ଲଡ଼ୁ ବଂଟନ କରାଯାଇଥିଲା। ସମିତି ଓ ସମସ୍ତ ଭଜନ ମଣ୍ଡଳୀ ଆବାହକ, କର୍ମକର୍ତାମାନେ ଉତ୍ସବରେ ଯୋଗ ଦେଇଥିଲେ।ଭଦ୍ରକ ସତ୍ୟସାଇ ବିଦ୍ୟା ବିହାରର ସମ୍ପାଦକ ପାର୍ଥ ସାରଥୀ ନାୟକଙ୍କ ସମେତ ତିହିଡି଼ ସମିତିର ଆବାହକ ସଞ୍ଜୟ ମହାପାତ୍ର, ହିମାଂଶୁ ଭଟ୍ଟାଚାର୍ଯ୍ୟ, ଜଗତାନନ୍ଦ ମହାପାତ୍ର, ଡ଼. ଲକ୍ଷ୍ମୀଧର ତ୍ରିପାଠୀ, ପ୍ରଭାତ କୁମାର ରାଉଳ,ପ୍ରହ୍ଲାଦ ବଳ,ରବୀନ୍ଦ୍ର ଦାସ, ନିତ୍ୟାନନ୍ଦ ନାୟକ,ରମାକାନ୍ତ ନାଥ, ଦେବକିଶୋର ଦାସ,ବିଜୟ ନାୟକ,ନଳିନୀ ନାୟକ ଚିତରଞ୍ଜନ ବାରିକ,ମନୋଜ ଦାସ,ଅମୂଲ୍ୟ ତ୍ରିପାଠୀ,ରାଜୁ ଜେନା, ରବୀନ୍ଦ୍ର ଦାସ,ଭଜହରୀ ଓଝା, ମାଗୁଣି ନାୟକ,ନକୁଳ ମହାପାତ୍ର, ରବୀନ୍ଦ୍ର ଦାସ, ଭାସ୍କର ପଣ୍ଡା, ବନମାଳୀ ମହାଳିକ,ସନ୍ଧ୍ୟାରାଣୀ ରାଉଳ, ମଞ୍ଜୁଲତା ବାରିକ, କଳ୍ପନା ନାୟକ, ସୋନମ ନାୟକ, ରମାମଣୀ ନାୟକ,ଅନୁସ୍ମିତା ରାଉଳ, ପ୍ରତିକ୍ଷ୍ୟା ରାଉଳ ପାର୍ବତୀ ଜେନା, କନକଲତା ବାରିକ, ସବିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

SOURCE: ODIA PUA