Source :- ODIA PUA

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରପଦା ଡଙ୍କାଗଢିଆ ଗ୍ରାମର ସମାଜସେବୀ ଗଣେଶ ଚନ୍ଦ୍ର ପ୍ରଧାନ(୮୩)ଙ୍କ ଆଜି ଭୋର ସମୟରେ ପରଲୋକ ଘଟିଛି । ବୟସାଧିକ କାରଣରୁ ସେ ଘରୋଇ ଚିକିତ୍ସାରେ ଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଗଣେଶ ପ୍ରସାଦ ନାୟକ,ରବିନାରାୟଣ ସ୍ୱାଇଁ, ଜଗନ୍ନାଥ ବଳ,ବିନୋଦ ସିଂହ,କରୁଣାକର ନାୟକ,ମୂରଲୀ ପାଣିଗ୍ରାହୀ, ବାବୁଲି ସିଂହ, ଜଗନ୍ନାଥ ରଥ, ରବିନ୍ଦ୍ର ଲେଙ୍କା, ଚିନ୍ତାମଣି ମହାନ୍ତି, ଜଡା ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଚିଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଶବାଧାରରେ ସାମିଲ୍ ଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ବଡପୁଅ ଖଗେଶ୍ୱର ପ୍ରଧାନ ମୁଖାଗ୍ନି ଦେଇଥିଲେ । ପୁତ୍ର ସହକାରୀ ଯନ୍ତ୍ରୀ ନରହରି ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ନୃସିଂହ ଚରଣ ପ୍ରଧାନ, ବିଶ୍ୱନାଥ ଜେନା ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତଃ ଗଣେଶ ଜଣେ ମୁରବୀ ଶ୍ରେଣୀ ବ୍ୟକ୍ତି ଥିବା ବେଳେ ସାମାଜିକ କାର୍ଯ୍ୟସହ ସେବାଧର୍ମ କରି ଆସୁଥିଲେ । ସ୍ୱର୍ଗତଃ ଗଣେଶଙ୍କ ବିୟୋଗରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA