Source :- ODIA PUA
ଭଦ୍ରକ, ୩୧ା୭ – ସରସ୍ୱତୀ ବିହାରରେ ପ୍ରତିଷ୍ଠିତ ବେଦପାଠଶାଳାର ବିଦ୍ୟାର୍ଥୀଗଣ ବୈଦିକ ବିଧିବିଧାନ ଅନୁସାରେ ଗରୁପୂର୍ଣ୍ଣିମା ପାଳନ କରିଥିଲା ସରସ୍ୱତୀ ବିହାରକୁ ଜଗନ୍ନାଥ ମନ୍ଦିରର ଅଧ୍ୟକ୍ଷ ଡ. ସଦାନନ୍ଦ ଦୀକ୍ଷିତଙ୍କ ମାର୍ଗଦର୍ଶନରେ ପାଠଶାଳାର ଆଚାର୍ଯ୍ୟ ସଂଜୟ କୁମାର ପାଣିଗ୍ରାହୀ ହୋମଯଜ୍ଞର ଆୟୋଜନ କରିଥିଲେ । ଏବଂ ଓଡ଼ିଶା ବ୍ରାହ୍ମଣ ମହାସଂଘ ର ବ୍ରହ୍ମଣ ଦେବତା ମାନଙ୍କୁ ଗୁରୁବନ୍ଦନା ଓ ସ୍ତୋତ୍ର ପାଠ କରି ବିଦ୍ୟାର୍ଥୀଗଣ ଗୁରୁପୂଜନ କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା ସଭାପତି ଚିନ୍ମୟ ମହାରାଜ, ଉପ ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଗୋପବନ୍ଧୁ ମିଶ୍ର, ରାଜେନ୍ଦ୍ର ନାରାୟଣ ପଣ୍ଡା, ମନ୍ଦରଧର ଦୀକ୍ଷିତ୍, ରାଧାକାନ୍ତ ଦୀକ୍ଷିତ୍, ପ୍ରବଚକ ନରହରି ଦାଶ, ବିନୋଦ ଦାଶ, ଯୁଧିଷ୍ଠିର ପଣ୍ଡା, ସମେତ କେନ୍ଦୁଝର ଶାଖା ସଭାପତି ମଧୁସୁଦନ ମିଶ୍ର, ଆନନ୍ଦପୁର ଶାଖା ସଭାପତି ପଣ୍ଡିତ ମଦନମୋହନ ମିଶ୍ର ଓ ଯାଜପୁର ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ଦାଶ ଭାଗ ଗ୍ରହଣ କରି ମହର୍ଷି ବ୍ୟାସଦେବଙ୍କର ଅଲୌକିକ ପାଣ୍ଡିତ୍ୟ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାର୍ଥୀ ଗଣକୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
SOURCE: ODIA PUA




