Home national news oriya ସ୍ୱର୍ଗତଃ ଟିକୁ ସ୍ୱାଇଁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ସ୍ୱର୍ଗତଃ ଟିକୁ ସ୍ୱାଇଁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଶିବିର

4
0

Source :- ODIA PUA

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ପୂର୍ବତନ ସରପଂଚ, ଅବିଭକ୍ତ ଭଦ୍ରକ ବାଲେଶ୍ୱର ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି, ଓଡ଼ିଆ ଜଳସେଚନ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ୨୧ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବନ୍ତ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଶରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ପ୍ରଥମେ ସ୍ୱର୍ଗତଃ ସ୍ୱାଇଁ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ରକ୍ତଦାନ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବନ୍ତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବୃଦ୍ଧିଜୀବି ଯୋଗଦେଇ ଥିବା ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ଆଗ ଧାଡିର ସଙ୍ଗଠକ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ଶ୍ରାଦ୍ଧ ବାର୍ଷିକୀ କୁ କେବଳ ସ୍ମୃତି ସଭାରେ ସୀମିତ ନରଖି ସମାଜସେବା ମାନବ କଲ୍ୟାଣ କାର୍ଯ୍ୟକୁ ଜୀବିତ ରଖିବା ପାଇଁ ଯୁବ ନେତୃତ୍ୱ ଯୁବ ସଙ୍ଗଠକ (ଟିକୁ ସ୍ୱାଇଁ)ଙ୍କ ସୁପୁତ୍ର ସ୍ମୃତି ରଞ୍ଜନ (ଲାଲା ସ୍ୱାଇଁ) ଙ୍କ ଏହିପରି କାର୍ଯ୍ୟକ୍ରମ ଆଜି ସ୍ୱର୍ଗତ ଟିକୁ ସ୍ୱାଇଁଙ୍କୁ ପୁଣି ଥରେ ସଭିଙ୍କ ମନରେ ଜୀବିତ କରିରଖିଛି। ଏବଂ ବନ୍ତ ମାଟି ଏ ସମାଜ ପ୍ରତି ବଳିଦାନକୁ ମନେପକାଇ ଦେଇଛି ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।

SOURCE: ODIA PUA