Home national news oriya ହାପି ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜେଡିର ଦାବି, ପରିବାରକୁ ଭେଟିଲେ ଚାନ୍ଦବାଲି ବିଧାୟକ...

ହାପି ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜେଡିର ଦାବି, ପରିବାରକୁ ଭେଟିଲେ ଚାନ୍ଦବାଲି ବିଧାୟକ ଓ ବିଜେଡି ଟିମ୍‌, ନ୍ୟାୟ ଦାବିରେ ବିଜେଡ଼ି ଓହ୍ଲାଇବ ରାଜରାସ୍ତାକୁ

4
0

Source :- ODIA PUA

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୁଷୁରୀ ଥାନା ଅଧିନ ଷାଠିବାଙ୍କୁଡା ଗାଁରେ ହାପିର ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ବିଜେଡିର ଏକ ଟିମ୍ ଦାବି କରିବା ସହ ସୋମବାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ହାପିର ପରିବାରକୁ ଭେଟି ଆଲୋଚନା କରିଥିଲେ। ପରେ ହାପିକୁ ଓ ତାଙ୍କ ପରିବାରକୁ କିପରି ନ୍ୟାୟ ମିଳିବ ସେଥିପାଇଁ ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ତାହାସହ ହାପିର ପରିବାରକୁ ଯଦି ନ୍ୟାୟ ନମିଳେ ତାହେଲେ ବିଜେଡି ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଜିଲା ପରିଷଦ ସଭ୍ୟ ପ୍ରିନ୍ସିରାକେଶ ନାୟକ କହିଥିଲେ। ତାଙ୍କ ସହ ଓଳଗ ପଂଚାୟତ ସରପଂଚ ପ୍ରଫୁଲ ବେହେରା ବରିଷ୍ଠ ନେତା ସରୋଜ ଦାସଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏପରିକି ଗାଁର ଶହଶହ ମହିଳା ଓ ପୁରୁଷ ବିଧାୟକଙ୍କୁ ଭେଟି ହାପିକୁ ଚକ୍ରାନ୍ତ ମୂଳେ ଘରୁ ଡାକି ନେଇ ହତ୍ୟା କରାଯାଇଥିବା କହିଥିଲେ। ଏପରିକି ପୁଲିସ ପ୍ରଥମେ ଏତଲା ନରଖିବା ପରେ ଗାଁ ଲୋକଙ୍କର ଦାବି ପରେ ଏତଲା ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଦିନ ଗଡାଉଛି ବୋଲି ଅଭିଯୋଗ କରିଥିଲେ। ଅନ୍ୟପଟେ ଧୁଷୁରୀ ପୁଲିସ ମୁନା ପଲାଇ, ଛୁଂଚା ପଲାଇ ଓ ତାଙ୍କ ସ୍ତ୍ରୀକୁ ସର୍ତମୂଳରେ ଛାଡିଥିବା ବେଳେ ସ୍ୱୟମ ପଲାଇ ଓ ତାଙ୍କ ଭଉଣୀକୁ ଅଟକ ରଖି ତଦନ୍ତ ଚଳାଇଛି।

SOURCE: ODIA PUA