Home national news oriya ଅନନ୍ତପୁରରେ ଜନ୍ମାଷ୍ଟମୀ ଓ ଗୋକୁଳାଷ୍ଟମୀ ପାଳିତ

ଅନନ୍ତପୁରରେ ଜନ୍ମାଷ୍ଟମୀ ଓ ଗୋକୁଳାଷ୍ଟମୀ ପାଳିତ

5
0

Source :- ODIA PUA

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଂଚାୟତ ଅନ୍ତର୍ଗତ ଅନନ୍ତପୁରସ୍ଥିତ କର୍ତିକେଶ୍ୱରଙ୍କ ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଓ ଗୋକୁଳାଷ୍ଟମୀ ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ବିଶେଷ ଭାବେ ଗୋ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀଧର ମହାରଣା, ଜୟରାମ ପରିଡ଼ା, ଡା. ନିରଞ୍ଜନ ଓଝା, ସୁବ୍ରତ କୁମାର ଦାସ , ସରପଂଚ ସତ୍ୟବ୍ରତ ପାଲ, ସୁର୍ଯ୍ୟ ନାରାୟଣ ମହାରଣା ପ୍ରମୁଖ ଯୋଗଦେଇ ଜନ୍ମାଷ୍ଟମୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବାବେଳେ ଗୋକୁଳାଷ୍ଟମୀ ଗୋପାଳନ ଓ ଗୋ-ସେବାର ପରମ୍ପରା ସହ ଜଡ଼ିତ ବୋଲି ବକ୍ତାମାନେ କହିଥିଲେ।ଏହି ଅବସରରେ ଗୋ-ପୂଜନ ଅନୁଷ୍ଠିତ ହୋଇଥିଲା। ଗୋ-ସେବା ମାଧ୍ୟମରେ ଜୀବଜନ୍ତୁଙ୍କ ପ୍ରତି ଦୟା, ସ୍ନେହ ଓ ମାନବିକତାର ବାର୍ତା ଦିଆଯାଇଥିଲା।ଗ୍ରାମର ସରୋଜ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସନ୍ତୋଷ ମହାକୁଡ଼, ମିଥୁନ ମହାକୁଡ଼, କବିତା ଦାସ, ସମ୍ବିତ୍ ମହାକୁଡ଼, ଚନ୍ଦନ ଦାସ, ରମେଶ ଦାସ, ସରୋଜ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

SOURCE: ODIA PUA