Home national news oriya ଆଖୁଆପଦା ଆନିକଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ସଂଜୀବ ମଲ୍ଲିକ

ଆଖୁଆପଦା ଆନିକଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ସଂଜୀବ ମଲ୍ଲିକ

6
0

Source :- ODIA PUA

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ଲାଗିଛି। ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ୍ ଠାରେ ବିପଦ ସଂକେତ ଛୁଇଁ ପ୍ରବାହିତ ହେଉଛି ବନ୍ୟା ଜଳ। ତୃତୀୟ ବନ୍ୟା ଜଳ ପ୍ରବେଶ ପରେ କଂଟି ଘାଇ ବୁଡ଼ି ପ୍ରବାହିତ ହେଉଛି ବନ୍ୟାଜଳ। ଫଳରେ ଷୋଳମପୁର ରହଣିଆ ମାଳଦା କୁରିଗାଁ ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଖୁଆପଦା ଆନିକଟ୍ ଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ସାଧାରଣ ଜନତାଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କେଉଁ କେଉଁ ଅଂଚଳର ସ୍ଥିତି ଅନୁଧ୍ୟାନ କରି ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ବଳ ନଦୀ ବନ୍ଧ ଚିହ୍ନଟ କରି ଧସିବା ଆଶଙ୍କା ଥିବାରୁ କେଉଁ କେଉଁ ସ୍ଥାନରେ ନଦୀ ବନ୍ଧ ମରାମତି କରିବା ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ପଚାରିବା ସହିତ ସାଧାରଣ ଜନତାଙ୍କ ସୁରକ୍ଷା ଆମ ସଭିଙ୍କର ପ୍ରଥମ ଦାୟିତ୍ୱ ଓ କର୍ତବ୍ୟ ବୋଲି ମତପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

SOURCE: ODIA PUA