Home national news oriya ଆନନ୍ଦମାର୍ଗ ୟୁନିଭରସାଲ ରିଲିଫ ଟିମ୍ ବନ୍ୟାଂଚଳରେ ରିଲିଫ୍ ବଂଟନ

ଆନନ୍ଦମାର୍ଗ ୟୁନିଭରସାଲ ରିଲିଫ ଟିମ୍ ବନ୍ୟାଂଚଳରେ ରିଲିଫ୍ ବଂଟନ

6
0

Source :- ODIA PUA

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବୈତରଣୀ ଏବଂ ଶାଳନ୍ଦୀନଦୀ ବନ୍ୟାରେ ଭଦ୍ରକ ବ୍ଲକ ସମେତ ଧାମନଗର, ଭଣ୍ଡାରୀପୋଖରୀ, ଚାନ୍ଦବାଲି, ତିହିଡ଼ି ଏବଂ ବାସୁଦେବପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ବିଶେଷ ଭାବେରେ ଧାମନଗର ବ୍ଲକ୍ ରେ ଆନେକ ପଂଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବେଳେ ପୁଣି ତୃତୀୟ ବାର ବୈତରଣୀ ରେ ପାଣିଆସି ଘରେ ପାଣି ପଶିଛି। ମାଟି ଘର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏକତାଲା ଘର ଖଟ ଉପରେ ଆସବାବ ପତ୍ରରଖି ଛାତ ଉପରେ ପାଲଟାଣୀ ଦିନ ରାତି ବିତାଉଅଛନ୍ତି। ଏହି ଦୁର୍ଦ୍ଦିନରେ ବନ୍ୟା ପିଡ଼ିତଙ୍କ ସହାୟତାରେ “ଆନନ୍ଦମାର୍ଗ ୟୁନିଭରସାଲ ରିଲିଫ୍ ଟିିମ” ସେମାନଙ୍କ ନିକଟରେ ପହଁଂଚି ସେମାନଙ୍କୁ ଆଶ୍ୱାସନା ଦେବା ସହିତ ଅଟା, ଚୂଡ଼ା, ବିସ୍କୁଟ, ଆଳୁ, ଯଥା କ୍ରମେ ରଇପୁର ପଂଚାୟତରେ ମୌଦପୁର ଓ ମୌଜପୁର ଯେନାସାହି, କରଦା ଗ୍ରାମ ପଂଚାୟାତରେ ସୁଜାନସିଂହପୁର ଅର୍ଜ୍ଜୁନ ପୁର ଗ୍ରାମପଂଚାୟତର ବାଲିପାଟଣା, ହସନାବାଦ ଗ୍ରାମପଂଚାୟତ ହସନାବାଦ, ଅସ୍ତକ ଓ ତଳ ଅସ୍ତକ ଆଦି ଗ୍ରାମରେ ବନ୍ୟା ପିଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଅଛି। ବନ୍ୟା ପ୍ରଭାବିତ ଅନେକ ପରିବାର ଖାଦ୍ୟ, ପାନୀୟ, ବାସଗୃହ ସହିତ ଦୈନଦିନ ଆବଶ୍ୟକତା ସେମାନଙ୍କ ପାଖରେ ଏବେ ଉପଲବ୍ଧ ନଥିଲା ବେଳେ “ଆନନ୍ଦମାର୍ଗ ୟୁନିଭରସାଲ ରିଲିଫ୍ ଟିମ” ପହଁଂଚି ସେମାନଙ୍କୁ ସାମହିକ ଭାବେ ସେବାକାର୍ଯ୍ୟ ଯୋଗାଇ ଦେଇଅଛନ୍ତି। ଏମର୍ଟ “ଆନନ୍ଦମାର୍ଗ ୟୁନିଭରସା ରିଲିଫ୍ ଟିମ” ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ରାୟ ସମ୍ପାଦିକା ପ୍ରଫେସର ସ୍ନେହଲତା ପାତ୍ର, ‘ଲ’ କଲେଜ ଅଧ୍ୟକ୍ଷ ଡ଼କ୍ଟର ପ୍ରସନ୍ନ କୁମାର ରାୟ, ମାକ୍ରୋୱୋଭର ମେନେଜିଂଗ ଡ଼ାଇରେକ୍ଟର ମନୋଜ କୁମାର ରାୟ, ଚନ୍ଦ୍ର ଗୁପ୍ତ ଲେଙ୍କା, ଅସିମା ନନ୍ଦ ରାୟ, ଗୌରୀ ଶ୍ୟାମ ପାଣି, ଆନନ୍ଦମାର୍ଗ ସନ୍ୟାସିନୀ ବ୍ରହ୍ମଚାରିଣୀ ଜୀଭ ପ୍ରାଣାଆଚାର୍ଯ୍ୟ, ଶୁଭଦ୍ରା ଦାସ, ଶିକ୍ଷୟତ୍ରୀ ମିନତୀ ରାଉତ, ମହେନ୍ଦ୍ର କୁମାର ମଲ୍ଲିକ, ନିରଞ୍ଜନ ଧଳ, ନରେନ୍ଦ୍ର କୁମାର ରାୟ, ହିମାଂସୁ ରାଉତ,ଭଗବାନ ରାଉତ ସମସ୍ତେ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ହସନାବାଦ ସରପଂଚ ଅଜୟ କୁମାର ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

SOURCE: ODIA PUA