Home national news oriya “କିଶୋର ସ୍ୱାକ୍ଷର”ର ୨୬ତମ ରାଜ୍ୟସ୍ତରୀୟ ଜୟନ୍ତୀ

“କିଶୋର ସ୍ୱାକ୍ଷର”ର ୨୬ତମ ରାଜ୍ୟସ୍ତରୀୟ ଜୟନ୍ତୀ

5
0

Source :- ODIA PUA

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ କିଶୋର ସୃଜନଶୀଳ ସାହିତ୍ୟ ପତ୍ରିକା “କିଶୋର ସ୍ୱାକ୍ଷର”ର ୨୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆଜି ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମେଳନ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା । ଏଥିରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଉଦ୍‌ଘାଟକ ଭାବେ ଡ଼େପୁଟି ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳ, ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ବିଶିଷ୍ଟ ବକ୍ତା ଡ଼ଃ ମନୀନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଦୀର୍ଘ ୨୬ବର୍ଷ ଧରି ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଓଡ଼ିଆ ପ୍ରବାସୀ ଅଂଚଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର , ପ୍ରସାର ଓ ଅଧିକ କ୍ରିୟାଶୀଳ କରିବା ଦିଗରେ ପ୍ରତିଷ୍ଠାତା ମୁଖ୍ୟ ସମ୍ପାଦକ ଶିଶୁ ସାହିତ୍ୟିକ ଶଶଧର ମହନୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କଣ୍ଠ ଶିଳ୍ପୀ ଦେବେନ୍ଦ୍ର ପ୍ରସାଦ ପଣ୍ଡା ଓ ସାଥି ବନ୍ଦେ ଉତ୍କଳ ଜନନୀଗାନ ସହିତ ଶିକ୍ଷାବିତ୍ ସଞ୍ଜୟ କୁମାର ଦାସ ବେଦପାଠ କରିଥିଲେ । ଦୀର୍ଘ ବର୍ଷ ଧରି ପତ୍ରିକା ସହ ଜଡ଼ିତ ସାରା ରାଜ୍ୟର ବାଲେଶ୍ୱର ରୁ ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ବାରିକ, ପରମାନନ୍ଦ ମଲ୍ଲିକ, ସୁରେନ୍ଦ୍ର କୁମାର ପଣ୍ଡା, ଡ଼ଃ ଜୟନ୍ତୀ କରଶର୍ମା, ଭଦ୍ରକରୁ ଡ଼ଃ ଚନ୍ଦ୍ର ପ୍ରସାଦ ପଣ୍ଡା, କେନ୍ଦୁଝରରୁ ମୋହନ କୁମାର ମହାନ୍ତି, କୈଳାସ ଚନ୍ଦ୍ର ରାଉତ, ଅଭୟ କୁମାର ସାମଲ, ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା ପ୍ରମୁଖଙ୍କୁ ମୁଖ୍ୟ ଅତିଥି “କିଶୋର ସ୍ୱାକ୍ଷର” ସାରସ୍ୱତ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଏଇ ଅବସରରେ ଅତିଥିଗଣ “କିଶୋର ସ୍ୱାକ୍ଷର”ର ସ୍ୱତନ୍ତ୍ର ସଂଖ୍ୟାକୁ ଲୋକାର୍ପଣ କରିଥିଲେ । ସମ୍ପାଦକ ଶଶଧର ମହନୀ ସମ୍ପାଦକୀୟ ପାଠ ଓ କବି ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବରୁ ଆୟୋଜିତ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ‘କିଶୋର ସ୍ୱାକ୍ଷର’ର ସଭାପତି ରଣଜିତ୍ କୁମାର ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ, କର୍ମକର୍ତା ମଧ୍ୟରେ ସାଇସତ୍ୟ ମହନୀ, ନିତ୍ୟାନନ୍ଦ ପାଣିଗ୍ରାହୀ, ଚର୍ତୁଭୂଜ ପହି, ଅଲେଖ ଚନ୍ଦ୍ର ନାୟକ, ଜଳେନ୍ଦ୍ର ଶୁକ୍ଳ, ବାବୁଲାଲ ଦାସ, ଭାରତୀ ବାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA