Home national news oriya ଲଗାଣ ବର୍ଷାରେ ବେହାଲ ଧାମନଗର ,ବୈତରଣୀର ଶାଖା ନଦୀ କୋଚିଳାରେ ବନ୍ୟା ଜଳ, ପ୍ରଶାସନର କଡ଼ା...

ଲଗାଣ ବର୍ଷାରେ ବେହାଲ ଧାମନଗର ,ବୈତରଣୀର ଶାଖା ନଦୀ କୋଚିଳାରେ ବନ୍ୟା ଜଳ, ପ୍ରଶାସନର କଡ଼ା ନଜର

2
0

Source :- ODIA PUA

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ଦିନ ହେବ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଧାମନଗର ଅଂଚଳ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଘୁଚାପ ଜନିତ ଏହି ବର୍ଷା କାରଣରୁ ନଦୀ, ନାଳ ସବୁ ପୂର୍ଣ୍ଣ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଏହାର ଶାଖା ନଦୀ କୋଚିଳା ଓ ଗେଙ୍ଗୁଟିରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି।ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ଏହି ସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ଗେଙ୍ଗୁଟି ନଦୀର ରାମେଶ୍ୱରପୁର ମଲିକ ସାହି ଏବଂ କୋଚିଳା ନଦୀର ବନ୍ଧ ଦୁର୍ବଳ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କିଛି ମାତ୍ରାରେ ଭୟ ଓ ଆଶଙ୍କା ଦେଖାଦେଇଛି।ପରିସ୍ଥିତି ଉପରେ ନଜର ରଖି ଜଳସେଚନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀମାନେ ବନ୍ଧର ସୁରକ୍ଷା ଓ ମରାମତି କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଧାମନଗର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶମ୍ଭୁନାଥ ମଲିକ ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ବନ୍ଧ ଗୁଡ଼ିକ ର ସ୍ଥିତି ଉପରେ ବିଭାଗ କ୍ରମାଗତ ଭାବେ ନଜର ରଖିଛି। ସେ ସ୍ଥାନୀୟ ଲୋକଙ୍କୁ ଆଶ୍ୱସନା ଦେଇ କହିଛନ୍ତି, “ବର୍ତମାନର ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଆଶଙ୍କା କରିବା ଭଳି କୌଣସି ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ। ତେଣୁ ସାଧାରଣ ଜନତା ଆତଙ୍କିତ ନ ହେବାକୁ କହିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ମନିଟରିଂ କରାଯାଉଥିବାରୁ ବନ୍ୟା ମୁକାବିଲା ନେଇ ପ୍ରସ୍ତୁତି ଜାରି ରହିଛି।

SOURCE: ODIA PUA