Home national news oriya ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳିତ

5
0

Source :- ODIA PUA

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ସାଇ ସ୍ୱରୂପ ମାନସିକ ଭିନ୍ନକ୍ଷମ ଅନୁଷ୍ଠାନ, ଗେଲପୁର, ଭଦ୍ରକଠାରେ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ ଅବସରରେ “ମାନସିକ ସ୍ୱାସ୍ଥ୍ୟ ଆଇନ’ ଏବଂ “ନାଲସା (ମାନସିକ ରୋଗ ଓ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ଆଇନଗତ ସେବା) ଯୋଜନା, ୨୦୨୪’ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ, ଏଡିଏମୋ (ଏମ ଏସ ) ଡାକ୍ତର ଶୁଦ୍ଧିରଞ୍ଜନ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ଯତ୍ନ କମିଟି ସଦସ୍ୟ ପ୍ରଦିପ୍ତ କୁମାର କର, ଅଧିବକ୍ତା ତଥା ଆଇନଗତ ସହାୟକ ପରାମର୍ଶଦାତା ଅତିସ କୁମାର ବେହେରା, ଡକ୍ଟର ତାପସ କୁମାର ମହାନ୍ତି, ବରିଷ୍ଠ ନାଗରିକ ମଂଚର ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର ତଥା ମନୋବିଜ୍ଞାନୀ ଅଶୋକ କୁମାର ଦାସ,ଭଦ୍ରକ ମହିଳା କଲେଜର ମନୋବିଜ୍ଞାନୀ ସେଲିଷ୍ଟିନା ଏକା, ତଥା ମାନସିକ ଭିନ୍ନକ୍ଷମ ପିଲାମାନଙ୍କର ଅଭିଭାବକଗଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିଗଣ ଆଇନଗତ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁମାନେ ମାନସିକ ରୋଗରେ ପୀଡ଼ିତ, ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିମାନେ ଯେପରି ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ସୁବିଧା କିମ୍ବା ସେବାଗୁଡ଼ିକର ସମାନ ସୁଯୋଗ ପାଇପାରିବେ ଏବଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ବୌଦ୍ଧିକ କ୍ଷମତାକୁ ବିଚାରକୁ ନେଇ ସେମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପଦ୍ଧତି ଅବଲମ୍ବନ କରାଯିବ। କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣର କର୍ମୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ଅଧ୍ୟକ୍ଷା ରଜନୀ ରାଣୀ ପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା

SOURCE: ODIA PUA