Home national news oriya ବ୍ରେକ୍ ଥ୍ରୋ ଟ୍ରଷ୍ଟ ପକ୍ଷରୁ ଆର୍ନ୍ତଜାତୀକ ବାଳିକା ଦିବସ ପାଳିତ

ବ୍ରେକ୍ ଥ୍ରୋ ଟ୍ରଷ୍ଟ ପକ୍ଷରୁ ଆର୍ନ୍ତଜାତୀକ ବାଳିକା ଦିବସ ପାଳିତ

7
0

Source :- ODIA PUA

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପି ଏମ୍ ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ରେକ୍ ଥ୍ରୋ ଟ୍ରଷ୍ଟ ପକ୍ଷରୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଆନୁକୂଲ୍ୟରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନଶିକ୍ଷକ ଭୀମ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସିଡବ୍ଲ୍ୟୁସି ମୁଖପାତ୍ର ସୁବ୍ରତ ବିଶ୍ୱାଳ, ଡିପିସି ଅଫିସ୍ ଭଦ୍ରକ ରୁ ଜିଇସି ଇପ୍ସିତା ଜେନା ,ଭଦ୍ରକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ଚନ୍ଦ୍ର ମଲ୍ଲିକ, ସୋସିଆ ଚାଇଲ୍ଡ ଲ’ ଅଫିସର ସୁବ୍ରତ କୁମାର ଦାସ ଓ ପୋଲିସ ଇନ୍ସପେକ୍ଟର ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗ ଦେଇ ଥିଲେ। ଅଂଚଳର ଅନେକ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ବର୍ଣାଳି କାର୍ଯ୍ୟକ୍ରମ ଆଧାରରେ ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ ଉପରେ ବକ୍ତୃତା, ରଚନା, ଡ୍ରାମା,ପୋଷ୍ଟର ଓ ସ୍ଲୋଗାନ ଇତ୍ୟାଦି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଚାରକ ମଣ୍ଡଳୀ ଭାବେ ଇତିଶ୍ରୀ ସାମଲ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ), ରଶ୍ମିତା ଦାଶ (ପ୍ରଧାନ ଶିକ୍ଷୟିତ୍ରୀ, ହରି ନାରାୟଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ), ଅରୁନ୍ଧତୀ ହୋତା, ଲକ୍ଷ୍ମୀପ୍ରିୟା ସାହୁ (ସହକାରୀ ଶିକ୍ଷୟିତ୍ରୀ, ସାତଭଉଣି ଉଚ୍ଚ ବିଦ୍ୟାପୀଠ), ରାମଚନ୍ଦ୍ର ମିଶ୍ର (ସହକାରୀ ଶିକ୍ଷକ, ଚାନ୍ଦିଆପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଯୋଗଦାନ କରିଥିଲେ । ସଭାର ପରିଚାଳନା ଦାୟିତ୍ୱ ବଳାଜିତପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିରେଖା ପରମାଣିକ ସୁନ୍ଦରଭାବେ ତୁଲାଇଥିଲେ। ସଭାର ଶେଷ ଭାଗରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା “ମା ଖୋଜେ ମମତା’ ଓ ଲିଙ୍ଗଗତ ବୈଷମ୍ୟ ଉପରେ ଦୁଇଟି ସୁନ୍ଦର ନାଟକ ପରିବେଷିତ ହୋଇଥିଲା, ଯାହାକି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ସମସ୍ତ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା । ବ୍ରେକ୍ ଥ୍ରୋ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଉପସ୍ଥିତ ଦୁଇ ଜଣ ସଦସ୍ୟ ପ୍ରଜ୍ଞା ପାରମିତା ବସ୍ତିଆ ଓ ଶ୍ରୀମତୀ ମାନି ଉକ୍ତ ଦିବସଟିକୁ ସଫଳତାର ସହ ପରିଚାଳନା ଓ ସମ୍ପାଦନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

SOURCE: ODIA PUA