Home national news oriya ଟିଲୋ ସ୍କୁଲରେ ବକୃତା ପ୍ରତିଯୋଗିତା

ଟିଲୋ ସ୍କୁଲରେ ବକୃତା ପ୍ରତିଯୋଗିତା

5
0

Source :- ODIA PUA

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜନ୍ମ ଦିବସ ଉପଲକ୍ଷେ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ତ ଥାନା ପକ୍ଷରୁ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୀତାରାଣୀ ଦେ ଅଧ୍ୟକ୍ଷତା କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବକୃତାର ବିଷୟବସ୍ତୁ ଥିଲା ‘ଜାତୀୟ ଏକତା ଦିବସ’ । ପ୍ରତିଯୋଗିତାରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାଗରିକା ପୁହାଣ, କମଳାକାନ୍ତ ନାହାକ ଓ ବିଜୟ କୁମାର ରାଉତ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଦିପ୍ତୀମୟୀ ରଣା, ରୁଦ୍ରାଣୀ ବେହେରା ଓ ଲକ୍ଷ୍ମୀପ୍ରିୟା ପୃଷ୍ଟି ଯଥାକ୍ରମେ ପ୍ରଥମ, ଦ୍ୱୀତିୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ କୃତୀ ଛାତ୍ରୀ ମାନଙ୍କୁ ଥାନାଧିକାରୀଙ୍କ ଦ୍ୱାରା ଟ୍ରଫି ଓ ପେନ୍ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ସାଗରିକା ପୁହାଣ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ତାପସ କୁମାର ରାଉତ, ଶିକ୍ଷୟିତ୍ରୀ ନିଳିମା ମଞ୍ଜରୀ ରାଉତ, ଗୀତାଞ୍ଜଳି ଚାନ୍ଦ, ଅଲିଭା ପଣ୍ଡା, ଗୌରୀବାଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA