Home national news oriya ଭଦ୍ରକରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଭଦ୍ରକରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

7
0

Source :- ODIA PUA

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟସ୍ଥାନ ଭଳି ଭଦ୍ରକ ସହରରେ ଦୁର୍ଗାପୂଜା ଚଳିତ ବର୍ଷ ବେଶ ଯାକଜମକ ସହକାରେ ସପ୍ତମୀ ପୂଜାରୁ ବିଜୟା ଦଶମୀ ପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇ ଭସାଣିରେ ଶେଷ ହୋଇଛି। ତେବେ ଭଦ୍ରକାଳୀ ପୀଠର ମା’ ଭଦ୍ରକାଳୀଙ୍କର ଏହି ଦୁର୍ଗାପୂଜା ଅବସରରେ ଷୋଡ଼ଶ ଉପଚାରରେ ପୂଜା ହୋଇଆସୁଛି। ଭଦ୍ରକ ସହରରେ ସମୁଦାୟ ୨୭ ଟି ସାର୍ବଜନୀନ ଦୁର୍ଗାମେଢ଼ ପୂଜା ପାଇ ଗତକାଲି ରାତିରୁ ଆଜି ପର‌୍ୟ୍ୟନ୍ତ ଭସାଣି ଉତ୍ସବ ଚାଲୁ ରହିଛି। ଏହି ଭସାଣି ଉତ୍ସବରେ ମେଢ ମଧ୍ୟରେ ମା’ ବଙ୍କବାସୁଳୀ, ଗାନ୍ଧିପଡ଼ିଆ, ସାଳନ୍ଦୀ-ବାଇପାସ, ଜାନୁଗଞ୍ଜ, ତୈଳିକ ବୈଶ୍ୟ ମହାସଂଘ, ଚରମ୍ପା ବଜାର, ଓସଆରଟିସି ଗ୍ୟାରେଜ, ରେଳବାଇ କମିଟି, ସନ୍ଥିଆ, ନିଳକଣ୍ଠପୁର, ଗବସାହି, ଅପର୍ତିବିନ୍ଧା, ବାଉଦପୁର, ସଙ୍ଗତ, ବିଶାଣି ଖରିଦା, ଚନ୍ଦନ ବଜାର, ଚରମ୍ପା ସ୍କୁଲ ରୋଡ଼, ଚୁନ୍‌ଟି ପୂଜା କମିଟି, ଲାହାପଟି, ବାଙ୍କାବଜାର, ପ୍ରାଚୀନଗର ଭଳି ମେଢଗୁଡିକୁ ମଧ୍ୟରେ ସହର ପରିକ୍ରମା କରାଯାଇ ସନ୍ଥିଆ ଘାଟ, ଚରମ୍ପା କେନାଲ ବନ୍ଧ, ବାଇପାସ୍ ନିକଟ ଛପୁଲିଆ ଭଳି ସ୍ଥାନମାନଙ୍କରେ ବିସର୍ଜିତ କରାଯାଇଛି। ଅନୁରୂପ ଜାନୁଗଞ୍ଜ ଦୁର୍ଗାପୂଜା କମିଟି ପକ୍ଷରୁ ବାଗୁରାଇ ସାଳନ୍ଦୀ ନଦୀଘାଟରେ ରାବଣି ପୋଡି ଉତ୍ସବ ବେଶ୍ ମନୋରମ ହୋଇଥିଲା। ଶାନ୍ତି-ଶୃଙ୍ଖଳା ରକ୍ଷାଲାଗି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

SOURCE: ODIA PUA