Home national news oriya ଆନନ୍ଦବଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଆନନ୍ଦବଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

3
0

Source :- ODIA PUA

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦେଶ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଆନନ୍ଦବଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ବିଶ୍ୱାଳ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ, ଅରକ୍ଷୀ ବିଭାଗ, ଭଦ୍ରକର ଉପ ଅଧିକ୍ଷକ, ଅନିରୁଦ୍ଧ ମୁଦୁଲି, ଶିଶୁ କଲ୍ୟାଣ କମିଟି, ଭଦ୍ରକ ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ଜିଲ୍ଲା ଶିଶୁ ଓ ଯତ୍ନ ବିଭାଗ, ଭଦ୍ରକର ଲିଗାଲ ପ୍ରୋବେଶନ ଅଧିକାରୀ ସୁବ୍ରତ କୁମାର ଦାସ ସ୍କୁଲ ଲିଗାଲ ଲିଟେରାସି କ୍ଲବର ଶିକ୍ଷକ, ସତ୍ୟ ସୁନ୍ଦର ସ୍ୱାଇଁ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏହି ଆନ୍ତର୍ଜାତୀୟ ଯୁବ ଦିବସ ସକାଶେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜି ଏହି ଦିବସର ଉଦ୍ଦେଶ୍ୟ ହେଉଛି ଯେ ସମସ୍ତ ଯୁବକ ମାନଙ୍କୁ ସମାଜର ଉନ୍ନତିରେ ସାମିଲ କରାଇ ସାମାଜିକ, ରାଜନୀତିକ, ଅର୍ଥନୀତିକ କ୍ଷେତ୍ରରେ ଯୁବ ପିଢିଙ୍କୁ ସୁଯୋଗ ଦେବା ତଥା ଯୁବ ନାଗରିକଙ୍କୁ ଅଗ୍ରାଧିକାର ଦେବା। ଏହି ଆନ୍ତର୍ଜାତୀୟ ଯୁବ ଦିବସର ଉଦ୍ଦେଶ୍ୟ ହେଉଛି ଜାଗୃତି ଯୋଜନା, ୨୦୨୫ ଅନ୍ତର୍ଗତ “ସଶକ୍ତ ଯୁବ ସଶକ୍ତ ଭାରତ’ ଥିମ୍ ଅନ୍ତର୍ଗତ ଶିଶୁ କଲ୍ୟାଣ ସଚେତନତା ଅଭିଯାନ – ଆଇନଗତ ସାକ୍ଷରତା, କିଶୋର ନ୍ୟାୟ ଏବଂ ଯୁବପିଢ଼ିଙ୍କ ପାଇଁ ନ୍ୟାୟ ପାଇବା କମିଟିକୁ ପ୍ରୋତ୍ସାହିତ କରିବା। ସର୍ବୋପରି ଅତିଥିଗଣ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବାର୍ତା ଦେଇଥିଲେ ଯେ ସେମାନେ ହେଉଛନ୍ତି ଆଗାମୀ ଯୁବ ସମାଜର ପିଢୀ ତେଣୁ ପଥଭ୍ରଷ୍ଟ ନ ହୋଇ ଖରାପ କାର୍ଯ୍ୟ ଠାରୁ ଦୂରେଇ ରହିବା ସହିତ ନିଶା ସେବନ ଦ୍ୱାରା କବଳିତ ଯୁବକମାନେ ଯେଉଁପରି ଭାବେ ନିଜର ତଥା ସମାଜର ଅହିତ ସାଧନ କରୁଛନ୍ତି ସେସବୁକୁ ଖରାପ ଅଭ୍ୟାସକୁ ବର୍ଜନ କରି ଏକ ଉତମ ସମାଜ ଗଠନରେ ମୁଖ୍ୟ ଭୂମିକା ତୁଲାଇବା ପାଇଁ ସଂକଳ୍ପ ନେବା। । ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମଟିକୁ ସହଯୋଗ କରିଥିଲେ।

SOURCE: ODIA PUA