Home national news oriya ଧାମରା ଟ୍ରକ-ଟିପ୍ପର ସଂଘର କାର୍ଯ୍ୟକାରିଣୀ ବୈଠକ, ଆମ୍ବୁଲାସ ସେବା ପ୍ରଦାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି

ଧାମରା ଟ୍ରକ-ଟିପ୍ପର ସଂଘର କାର୍ଯ୍ୟକାରିଣୀ ବୈଠକ, ଆମ୍ବୁଲାସ ସେବା ପ୍ରଦାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି

3
0

Source :- ODIA PUA

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର ନିକଟସ୍ଥ କଇଥଖୋଲା ଠାରେ ଥିବା ଧାମରା ଟ୍ରକ ଟିପ୍ପର ସଂଘ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ସଂଘର ସଭାପତି ଅଶୋକ କୁମାର ଜାନାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସର୍ବ ସମ୍ମତି କ୍ରମେ ଏକ ଆମ୍ବୁଲାନ୍ସ କ୍ରୟ କରି ଧାମରା ଅଂଚଳବାସୀଙ୍କୁ ସେବା ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଥିଲା। ଏଥିସହ ସ୍ୱାଧୀନତା ଦିବସ, ଦୁର୍ଗାପୂଜା ଏବଂ ବିଶ୍ୱକର୍ମା ପୂଜାକୁ କିପରି ଜାକଜକମରେ ପାଳିତ ହେବା ସହ ଏକ ରକ୍ତ ଦାନ ଶିବିର ଏବଂ ରାସ୍ତାରେ ବୁଲୁଥିବା ଗୋରୁ ଗାଇଙ୍କ ଶିଙ୍ଗରେ ରେଡିୟମ ଷ୍ଟିକର ଲଗାଇବାକୁ ମଧ୍ୟ ସମୂହ ଭାବେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥି ନିମନ୍ତେ ସମସ୍ତ ଖର୍ଚ ସଂଘର ସମସ୍ତ ଟ୍ରକ ଟିପ୍ପର ମାଲିକ ବହନ ନ ମାଲିକଆଜି ହୋଇଥିବା ଏହି ବୈଠକରେ ସଂଘର ସଂପାଦକ ଦିଗମ୍ବର ଦାସ, ରାଜକୃଷ୍ନ ଦିନ୍ଦା, ପ୍ରଫୁଲ କୁମାର ନାୟକ, ପ୍ରଦ୍ୟୁମ୍ନ ମାନ୍ନା, ଦିଲ୍ଲୁ ନାୟକ, ନରେନ୍ଦ୍ର ମାଇତି, ରବି ବାରିକ, ରାଜୁ କୁମାରଙ୍କ ସମେତ ସଂଘର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।

SOURCE: ODIA PUA