Home national news oriya ଆରଡି ମୁଁଆ ଘାଟରେ ବୈତରଣୀ ନଦୀକୁ ଧସିଲା ୧ଶହ ଫୁଟର ନଦୀବନ୍ଧ, ଭାସିଗଲା କଂକ୍ରିଟ ଜେଟି,...

ଆରଡି ମୁଁଆ ଘାଟରେ ବୈତରଣୀ ନଦୀକୁ ଧସିଲା ୧ଶହ ଫୁଟର ନଦୀବନ୍ଧ, ଭାସିଗଲା କଂକ୍ରିଟ ଜେଟି, ନଦୀ ଗର୍ଭରେ ଲିନ୍ନ ହେଲା ଗଙ୍ଗାମାତା ମନ୍ଦିରର ଅଧିକାଂଶ ଭାଗ

3
0

Source :- ODIA PUA

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡିପୀଠରେ ପ୍ରବାହିତ ବୈତରଣୀନଦୀ ମୁଁଆ ଘାଟ ଠାରେ ୧ଶହ ଫୁଟର ନଦୀବନ୍ଧ ବୈତରଣୀକୁ ଧସିବା ଯିବା ସହ ଯାତ୍ରୀବାହି ବୋଟ ଲଙ୍ଗର ପକାଇଥିବା କଂକ୍ରିଟ ଜେଟି ଭାସିଯାଇଛି। ଏଥିସହ କୂଳକୁ ଲାଗିଥିବା ଗଙ୍ଗାମାତାଙ୍କ ମନ୍ଦିରର ଅଧିକାଂଶ ଭାଗ ଭାଙ୍ଗି ନଦୀକୁ ଖସିପଡିଛି। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ଅଂଚଳର ନଦୀକୂଳିଆ ଗାଁ ଲୋକ। ଏପରିକି ଏହି ନଦୀଘାଟ ଦେଇ ୨ଟି ଜିଲା ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲା ର ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପ୍ରତିଦିନ ମୋଟର ଚାଳିତ ଡଙ୍ଗା ଦ୍ୱାରା ପାରି ହୋଇ ଯାତାୟାତ କରିଥାନ୍ତି। ତେବେ ବୋଟ ଓ ଲଂଚ ସୁରକ୍ଷିତ ଭାବେ ଲଙ୍ଗର ପକାଉଥିବା କଂକ୍ରିଟ୍ ଜେଟି ୩୦ଫୁଟ ଭାସିଯାଇଛି। ଫଳରେ ଯେଉଁ ୨ଟି ଜିଲାର ଲୋକମାନେ ଦୈନନ୍ଦିନ ମୋଟର ଚାଳିତ ବୋଟ ଦ୍ୱାରା ପାରି ହୋଇ ଯାତାୟତ କରିବା ସହ କେନ୍ଦ୍ରାପଡ଼ା ଜିଲା ମାନପୁର, ଗୁଣ୍ଠଳ ଆଦି ଗାଁରୁ ଆରଡିପୀଠ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସୁଗମ ଯାତାୟତ ପାଇଁ ଥିବା କଂକ୍ରିଟ ଜେଟି ନଦୀ ମଧ୍ୟକୁ ଚାଲିଯାଇଥିବାରୁ ଜଳପଥରେ ଯାତାୟତ କରୁଥିବା ଯାତ୍ରୀବାହୀ ଓ ମାଛଧରା ବୋଟ୍ ସହ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଲଙ୍ଗର ପକାଇ ଘାଟିଆମାନେ ଲୋକମାନଙ୍କୁ ପାରି କରୁଥିବାର ଦେଖାଯାଇଛି। ଏହି ସ୍ଥାନରେ ପୂର୍ବରୁ କିଛି ଅଂଶ ଧସିବା ସହ ନଦୀକୂଳରେ ଥିବା ବଡ ବଡ ଗଛ ନଦୀଗର୍ଭକୁ ଚାଲିଯାଇଥିଲା। ହେଲେ ଏବେ ନଦୀଘାଟର କଂକ୍ରିଟ ଜେଟି ଓ ମନ୍ଦିରର କିଛି ଅଂଶ ନଦୀକୂ ଭାସି ଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ନପହଂଚିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଘଟଣା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର ଏସଡିଓଙ୍କୁ ପଚାରିବାରୁ ତାଙ୍କ ନିକଟରୁ କୈଣସି ଉତର ମିଳିପାରିନାହିଁ।

SOURCE: ODIA PUA