Source :- ODIA PUA

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ୍‌ଆଇଆର)ଓ ଓଡିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସିପିଆଇ(ଏମ) ଜନ୍ତୁଆଳି ଶାଖା ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ମାଧ୍ୟମରେ ଭିନ୍ନ ବିଚାରଧାରା ଓ ଭିନ୍ନ ମତବାଦରେ ବିଶ୍ୱାସ କରୁଥିବା ବିରୋଧୀ ରାଜନୈତିକ ଦଳର ସମର୍ଥକ,ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ ମାନଙ୍କୁ ଟାର୍ଗେଟ କରି ଭୋଟର ତାଲିକାରୁ ସେମାନଙ୍କ ନାମ ବାଦଦେଇ ମୋଦି ସରକାର ନିର୍ବାଚନ କମିଶନର ମାଧ୍ୟମରେ ଗଣତନ୍ତ୍ର ଓ ଭାରତବାସୀ ଙ୍କ ମୌଳିକ ଅଧିକାରକୁ ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରି ସିପିଆଇ(ଏମ) ନେତୃବୃନ୍ଦ ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଜନ୍ତୁଆଳି ଗ୍ରାମରେ ଘରକୁ ଘର ବୁଲି ସାଧାରଣ ଜନତାଙ୍କୁ ସଚେତନ କରିଛନ୍ତି । ଏସ୍‌ଆଇଆର୍ ଯାଂଚ ପ୍ରକ୍ରିୟାର ସାଂଘାତିକ ଷଡଯନ୍ତ୍ର ବିରୁଦ୍ଧରେ ସାଧାରଣ ଲୋକେ ରାଜରାସ୍ତାକୁ ଆସିବାକୁ ସିପିଆଇ(ଏମ) ନେତୃବୃନ୍ଦ ଆହ୍ୱାନ ଜଣାଇଛନ୍ତି । ଏସ୍‌ଆଇଆର୍ ମାଧ୍ୟମରେ ସାଧାରଣ ଭାଗଚାଷୀ, କ୍ଷେତ ଓ ଗ୍ରାମୀଣ ମଜଦୂର ମାନଙ୍କ ଭୋଟ ଦେବାର ଅଧିକାର କୁ ସବୁଦିନ ପାଇଁ ଛଡାଇ ନେବା ପାଇଁ ମୋଦି ସରକାର କରିଥିବା ଷଡଯନ୍ତ୍ର ବିରୁଦ୍ଧରେ ସାଧାରଣ ଭାଗଚାଷୀ ଓ କ୍ଷେତ ଓ ଗ୍ରାମୀଣ ମଜଦୁର ମାନେ ଲଢେଇରେ ସାମିଲ ହେବାକୁ ସିପିଆଇ(ଏମ) ନେତୃତ୍ୱ ସାଧାରଣ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି । ଡବଲ୍ ଇଞ୍ଜିନ୍ ସରକାର ଓଡିଶାରେ ଶାସନ କ୍ଷମତାକୁ ଆସିବା ପରଠାରୁ ଯେପରି ରାଜ୍ୟରେ ହତ୍ୟା, ଭିଡହିଂସା, ଭିଡହତ୍ୟା, ଧର୍ଷଣ, ଚୋରି, ଡକାୟତି, ରାହାଜାନୀ ଆଦି ଘଟଣା ଚରଣ ସୀମାରେ ପହଞ୍ଚିଛି , ଅଧିକାଂଶ ଅପରାଧକୁ ବିଜେପି ଦଳର ଗୁଣ୍ଡା ମାନେ ସଂଘଟିତ କରାଉଛନ୍ତି ଓ ପୋଲିସ ବିଜେପି ଗୁଣ୍ଡାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହି ଅପରାଧ ଦିନକୁ ଦିନ ସାଂଘାତିକ ଭାବେ ବୃଦ୍ଧି ପାଇ ସାଧାରଣ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡିଛି ବୋଲି ସିପିଆଇ(ଏମ) ନେତୃବୃନ୍ଦ ପ୍ରକାଶ କରିଛନ୍ତି ଓ ଏହାର ସୁଦ୍ଧାର ଆଣିବା ପାଇଁ ଗାଁର ସାଧାରଣ ଜନତା ଗ୍ରାମୀଣ ବିକ୍ଷୋଭ କରିବାକୁ ସିପିଆଇ(ଏମ) ନେତୃତ୍ୱ ନିବେଦନ କରିଛନ୍ତି । ଏହି ସଚେତନ କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା ଅଭିରାମ ବଳ, ସିପିଆଇ(ଏମ) ଜନ୍ତୁଆଳି ବ୍ରାଂଚ ସଂପାଦକ ପ୍ରତାପ ମହାଳିକ, ଚାଷୀ ନେତା ଗଦାଧର ମଲ୍ଲିକ, ରମାକାନ୍ତ ବେହେରା, ସୁବାଷ ମହାଳିକ, ମହେନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

SOURCE: ODIA PUA