Source :- ODIA PUA
ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ନ୍ୟାୟଳୟ, ନଳାଙ୍ଗ, ଭଦ୍ରକ ପରିସରରେ ବିଶେଷ ଲୋକ ଅଦାଲତ( ଏନ୍ ଆଇନ ଆକ୍ଟ କେସ୍) ଧାରା ୧୩୮ ଅନ୍ତର୍ଗତ ମକଦ୍ଦମା ଗୁଡିକର ସମାଧାନ ନିମନ୍ତେ ଏହି ମାସର ୧୮ ତାରିଖ ( ଶନିବାର) ଆୟୋଜନ ହେବାକୁ ଯାଉଅଛି। ଏହି ବିଶେଷ ଲୋକ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନ ଧରି ଚାଲୁରହିଥିବା ବିଚାରଧିନ ମୋକଦ୍ଦମା ଗୁଡିକର ପକ୍ଷ ମାନଙ୍କ ସହମତିରେ ଆପୋଷ ସମାଧାନ କରାଯାଇପାରିବ, ଯେଉଁଥିରେ କୌଣସି ଆର୍ôଥକ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ତେଣୁ ଏହି ସୁଯୋଗର ସଦୁପଯୋଗ କରିବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ତଥା ବିଚାରଧିନ ବିବାଦର ଆପୋଷ ସମାଧାନ ପାଇଁ ଜିଲ୍ଲା ନ୍ୟାୟଳୟ ପରିସରରେ ଥିବା ଆଇନ ସେବା ପ୍ରାଧି କରଣର ସମ୍ମୁଖ କାର୍ଯ୍ୟାଳୟରେ ଖୁବ ଶୀଘ୍ର ଯୋଗାଯୋଗ କରିବା ପାଇଁ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।
SOURCE: ODIA PUA




