Home national news oriya ଡଃ ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ,ଡଃ ମୁର୍ଖାଜୀ ଜଣେ ରାଷ୍ଟ୍ରଭକ୍ତ ଥିଲେ

ଡଃ ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ,ଡଃ ମୁର୍ଖାଜୀ ଜଣେ ରାଷ୍ଟ୍ରଭକ୍ତ ଥିଲେ

2
0

Source :- ODIA PUA

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଡଃ ଶ୍ୟାମାପ୍ରସାଦ ମୂଖାର୍ଜୀ ଥିଲେ ଜଣେ ମହାନ୍ ଦେଶଭକ୍ତ ଓ ଆଧୁନିକ ଭାରତର ଅନ୍ୟତମ ପ୍ରମୁଖ ନେତା। ସାରା ଜୀବନ ଦେଶର ଏକତା, ଅଖଣ୍ଡତା ଓ ସଂସ୍କୃତି ସୁରକ୍ଷା ପାଇଁ ସମର୍ପିତ କରିଥିଲେ। ଦେଶ ସ୍ୱାଧୀନ ହେବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ ଶିଳ୍ପ ଯୋଗାଣ ମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। ଭାରତର ଶିଳ୍ପନୀତିର ମୂଳଦୁଆ ପକାଇବାରେ ତାଙ୍କର ବଡ ଅବଦାନ ଥିଲା। କିନ୍ତୁ ପରବର୍ତୀ ସମୟରେ ନୀତିଗତ ମତଭେଦ ଯୋଗୁଁ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ୧୯୫୧ ମସିହାରେ ସେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ଯାହା ଆଜିର ଭାରତୀୟ ଜନତା ପାର୍ଟି (ବିଜେପି) ର ମୂଳ ସଂଗଠନ ଅଟେ। ଜାମୁକାଶ୍ମୀର ରୁ ଧାରା ୩୭୦ ହଟିବା ଓ ଭାରତ ପୂର୍ଣ୍ଣ ଅଖଣ୍ଡତା ପ୍ରତିଷ୍ଠା ହେବା ପଛରେ ଡଃ ଶ୍ୟାମାପ୍ରସାଦ ମୂଖାର୍ଜୀଙ୍କ ସେହି ସ୍ୱପ୍ନ ଓ ବଳିଦାନ ରହିଛି। ସେ କେବଳ ଜଣେ ନେତା ନଥିଲେ ବରଂ ରାଷ୍ଟ୍ରଭକ୍ତିର ଜ୍ୱଳନ୍ତ ପ୍ରତୀକ ଥିଲେ। ତାଙ୍କର ଆଦର୍ଶ ଓ ବଳିଦାନ ପ୍ରତିଟି ଭାରତୀୟଙ୍କୁ ସବୁବେଳେ ପ୍ରେରଣା ଯୋଗାଇଦେବ ବୋଲି ଜିଲା ବିଜେପି ତରଫରୁ ଆୟୋଜିତ ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ। ଜିଲା ବିଜେପି ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ଅଜୟ ନାୟକଙ୍କ ସଂଯୋଜନାରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ବିଜେପି ସଭାପତି ଭଗବାନ ପଣ୍ଡାଙ୍କ ସମେତ ବିଜେପି ରାଜ୍ୟବକ୍ତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ। ଜିଲା ଉପସଭାପତି ତପସ୍ୱିନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।

SOURCE: ODIA PUA