Home national news oriya ଦୁର୍ଘଟଣାରେ ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ଗୁରୁତର

2
0

Source :- ODIA PUA

ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବାରିକପୁର ରାସ୍ତାର ତରାପୁର ନିକଟରେ ବାଇକ ଓ ଟାଟାଏସି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବାଇକି ଅରୋହି ନନ୍ଦିପଦା ଥାନା କପୁଣ୍ଢି ଗ୍ରାମର ଅନାମ ଚରଣ ଯେନା(୫୫) ଗୁରୁତର ହୋଇଛନ୍ତି। ତାଙ୍କ ମଥାରେ ଗଭିର ଆଘାତ ଲାଗିଥିବା ବେଳେ ଏବେ ସେ ବନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଦୁର୍ଘଟଣା ଗ୍ରସ୍ଥ ବାଇକ ଓ ଗାଡ଼ିକୁ ଥାନାକୁ ଅଣିଛି। ପ୍ରକାଶ ଯେ ଅପରାହ୍ନରେ ଗୁରୁତର ଅନାମ ବନ୍ତ ରୁ ବାରିକପୁର ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଟାଟାଏସି ସହ ଧକ୍କା ହୋଇଥିଲା। ଟାଟାଏସି ଟି ଏକ ଟାୟର କମ୍ପାନିର ହୋଡ଼ିଙ୍ଗ ଧରି କଲିକତାରୁ ଆସିଥିବା ବେଳେ ଦୁଘଟଣା ର ସମ୍ମୁଖିନ ହୋଇଛି।

SOURCE: ODIA PUA