Home national news oriya ଧାମନଗର ଏନଏସିର ୧୦ ବୁଥରେ ଫର୍ମ-୭ କୁ ନେଇ ହଇଚଇ, କାର୍ଯନିର୍ବାହୀ ଅଧିକାରୀଙ୍କ ବିରୋଧରେ ଥାନାରେ...

ଧାମନଗର ଏନଏସିର ୧୦ ବୁଥରେ ଫର୍ମ-୭ କୁ ନେଇ ହଇଚଇ, କାର୍ଯନିର୍ବାହୀ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା

2
0

Source :- ODIA PUA

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ ଏ ସି ରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନିର୍ବାହୀ ଅଧିକାରୀ ତଥା ଇଜଙ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କୁ ଲିଖିତ ଏତଲା ଦିଆଯାଇଛି। ବି ଏଲ ଓ ମାନଙ୍କ ଉପରେ ଚାପ ପକାଇ ଏବଂ ଭୋଟରଙ୍କ ଓଟିପି ବେଭାର କରି ଫର୍ମ – ୭ ମାଧ୍ୟମରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ଉଦ୍ୟମ ହୋଇଥିବା ଏତଲାରେ ଅଭିଯୋଗ ହୋଇଛି। ନିୟମାନୁସାରେ କ୍ଷେତ୍ର ପରିଦର୍ଶନ କରିବାକୁ ଦାବି କରିଥିବା କେତେକ ବି ଏଲ ଓ ଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ଚାକିରିଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଚାପ ପକାଯାଇଥିଲା। ଏନ ଏ ସି ର ୬ ଜଣ ସୁପରଭାଇଜର ଭାବେ ବି ଏଲ ଓ ମାନଙ୍କ ଉପରେ ଚାପ ପକାଉଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି। ପ୍ରକାଶ ଥାଉକି ବୁଥୱାରୀ ତଥ୍ୟ ଅନୁଯାୟୀ, ୧୦ ଟି ବୁଥ ରେ ମୋଟ ୧୪୬୮ଟି ଫର୍ମ – ୭ ଆବେଦନ ଥିବା ଉଲ୍ଲେଖ ରହିଛି। ଏତେ ସଂଖ୍ୟକ ଫର୍ମ-୭ ଆବେଦନ କେଉଁ ମୋବାଇଲ୍‌, କମ୍ପ୍ୟୁଟର କିମ୍ବା ଅନ୍ୟ ଡିଭାଇସ୍‌ରୁ ଅପଲୋଡ୍ ହୋଇଛି, ତାହାର ତଦନ୍ତ କରିବାକୁ ଦାବି ହୋଇଛି। ଭୋଟର ତାଲିକା ସହ ଜଡ଼ିତ ଏହି ଗୁରୁତର ଅଭିଯୋଗକୁ ନେଇ ଧାମନଗରରେ ଚର୍ଚ୍ଚା ଜୋର ଧରିଛି। ତେବେ ଏତଲାରେ ଉଠିଥିବା ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ପୋଲିସ ଏବଂ ସମ୍ପୃକ୍ତ ନିର୍ବାଚନ କର୍ତୃପକ୍ଷଙ୍କ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସୂଚନା ଥାଉକି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ପୂର୍ବ ରୁ ଦୁଇ ଟି ମାମଲା ରୁଜୁ ପାଇଁ ଧାମନଗର ଥାନା ରେ ଅଭିଯୋଗ ହୋଇଥିବା ବେଳେ ପୁଣି ଶୁକ୍ରବାର ଦିନ ତାଙ୍କ ନାମରେ ଅଭିଯୋଗ ହେବା ପରେ ଘଟଣା କୁ ନେଇ ନାନାଦି ପ୍ରଶ୍ନ ପ୍ରାଚୀ ସୃଷ୍ଟି କରିଛି।

SOURCE: ODIA PUA