Source :- ODIA PUA
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର ମଧ୍ୟରୁ ଏକ କୁମ୍ବୀର ଉଦ୍ଧାର କରାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବନ୍ଦର ମଧ୍ୟରେ ଥିବା ଏକ ଜଳାଶ୍ରୟରେ ଏକ କୁମ୍ଭୀର ଭାସୁଥିବାର ଦେଖି ବନ୍ଦର କର୍ମଚାରୀ ଧାମରା ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଧାମରା ବନପାଳ କୁମୁଦ ସାହୁ ଏବଂ ବନ ବିଭାଗର ସମସ୍ତ କର୍ମଚାରୀ ଯାଇ ସେଠାରୁ ଏକ ବଉଳା କୁମ୍ଭୀରକୁ ଉଦ୍ଧାର କରିଥିଲେ ଯାହାର ଲମ୍ବ ୬ଫୁଟ। ପରେ କାଳିନାଳୀ ଠାରେ ଅକ୍ଷତ ଅବସ୍ଥାରେ ସେହି ବଉଳା କୁମ୍ଭୀରକୁ ଛଡାଯାଇଥିବା ନେଇ ବନପାଳ କୁମୁଦ ସାହୁଙ୍କ ନିକଟରୁ ପ୍ରକାଶ।
SOURCE: ODIA PUA




