Home national news oriya ଶିକ୍ଷାଶ୍ରମରେ ପୂର୍ବତନ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ଶିକ୍ଷାଶ୍ରମରେ ପୂର୍ବତନ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

3
0

Source :- ODIA PUA

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଶୋଭନୀୟ ଶିକ୍ଷାଶ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏଥିରେ ପୂର୍ବତନ ସରପଚଂ ରବିନ୍ଦ୍ର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଡ. ବିଭୁତି ମିଶ୍ର ,ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଶିକ୍ଷାବିତ୍ ପଚାଂନନ ପୃଷ୍ଟି, ଶିକ୍ଷାଶ୍ରମର ପ୍ରଧାନଚାର୍ଯ୍ୟା ସୁକାନ୍ତି ନାୟକ,ଜଇନୁଲ୍ ଆବେଦିନ ପ୍ରମୁଖ ଦୀପ ପ୍ରଜ୍ଜଳ୍ୱନ କରି ଜଗନ୍ନାଥ ନିକଟରେ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟା, ଛାତ୍ରଛାତ୍ରୀ ଓ ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

SOURCE: ODIA PUA