Source :- ODIA PUA
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ହସନାବାଦ ରାସ୍ତାର ଦେଶୀ ଏବଂ ବିଦେଶୀ ଦୁଇଟି ସରକାରୀ ମଦ ଦୋକାନ ଖୋଲାଯିବା ନିଷ୍ପତିକୁ ବିରୋଧ କରାଯାଇ ସ୍ଥାନୀୟ ହରିହଂସ କୀର୍ତନ ମଣ୍ଡପ ରେ ଏକ ଜନଆନ୍ଦୋଳନ ସଭା ଅନୁଷ୍ଠିତ ହୋଇଛି । ସି ପି ଆଇ ଏମ ନେତା ଚନ୍ଦ୍ର ଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ହରିହଂସ, ପଙ୍ଗଟା, ହସନାବାଦ, ବାଲିପାଟଣା, ମଠସାହି, ନଦୀଗାଁ ସମେତ ଆଖପାଖ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଧୂଷୁରୀ-ପଙ୍ଗଟା ମୁଖ୍ୟ ରାସ୍ତାରେ ମଦ ଦୋକାନ ଖୋଲିବା ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଅଂଚଳବାସୀଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଏହି ସ୍ଥାନରେ ଥିବା ଦୁଇଟି ମଦଦୋକାନ ଯୋଗୁଁ ଅଂଚଳରେ ପାରିବାରିକ ଅଶାନ୍ତି, ପରିବେଶ ଦୂଷିତ ସାଙ୍ଗକୁ କାଚ ବୋତଲ ପଡି ମୂଲ୍ୟବାନ ଚାଷ ଜମି ନଷ୍ଟ ହେବା ମଦୁଆ ଙ୍କ ଭୟରେ ସେହି ରାସ୍ତାରେ ଯିବା ପାଇଁ ଝିଅ ବହୁ ନିଜକୁ ସୁରକ୍ଷିତ ନ ମଣିବା ଆଦି ସମସ୍ୟା ଲାଗି ରହିଛି। ବର୍ତମାନ ପୁରଣା ଟେଣ୍ଡରଧାରୀ ଙ୍କ ଲାଇସେନ୍ସ ବାତିଲ ହେବା ପରେ,ଚଂଚକତା କରି ସେହି ରାସ୍ତା କଡରେ ପୁନର୍ବାର ମଦ ଦୋକାନ ଖୋଲିବା ପାଇଁ ଚେଷ୍ଟା ଚାଲିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଭାରେ ଗ୍ରାମବାସୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଜିଲ୍ଲା ପାଳ ଆରକ୍ଷୀ ଅଧିକ୍ଷକ, ଏବଂ ଅବକାରୀ ବିଭାଗ ଅଧିକାରୀ ଙ୍କୁ ଭେଟି ଏହି ଗମ୍ଭୀର ସମସ୍ୟା ଓ ଜନଅସନ୍ତୋଷ ସମ୍ପର୍କରେ ଅବଗତ କରାଇବେ। । ଯଦି ପ୍ରଶାସନ ବା ସରକାରୀ ସ୍ତରରେ ଏହି ମଦ ଦୋକାନ ବନ୍ଦ ପାଇଁ କୌଣସି ସୁଫଳ ନ ମିଳେ, ତେବେ ଆଗାମୀ ଦିନରେ ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରିବେ ବୋଲି ଚେତାବନୀ ଦିଆଯାଇଛି।ହରିହଂସ ଗ୍ରାମର ପୃଥ୍ୱୀରାଜ ନାୟକ,ଆନନ୍ଦ ନାୟକ,ମାନସ ନାୟକ,ପ୍ରମୁଖଙ୍କ ଆହ୍ୱାନ କ୍ରମେ ଆୟୋଜିତ ସଭାରେ ସୁଧୀର ନାୟକ,ନିରଞ୍ଜନ ମାଝୀ, ନୃସିଂହ ଚରଣ ତରାଇ,ଧରଣୀ ଧର ବସନ୍ତିଆ,ଚତୁର୍ଭୁଜ ନାୟକ,ଦୀପ୍ତି ରଞ୍ଜନ ନାୟକ ଗିରିଷ ଚନ୍ଦ୍ର ନାୟକ ପ୍ରମୁଖ ମଦ ଦୋକାନ ଖୋଲିବା ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ପ୍ରତିବାଦ ସଭାରେ ସ୍ଥାନିୟ ସରପଂଚ ଙ୍କ ଅନୁପସ୍ଥିତ କୁ ନେଇ ନାନା ଗୁଞ୍ଜରଣ ସୃଷ୍ଟି ହେଉଥିବା ବେଳେ ମଦ ଦୋକାନ ଖୋଲା ହେଉଥିବା ସ୍ଥାନଟି ନଦୀଗାଁ ପଂଚାୟତ ରେ ହେଉଥିବାରୁ ମୋର କିଛି ଭୂମିକା ନାହିଁ ବୋଲି ସରପଂଚ ଅନ୍ତର୍ଯ୍ୟାମୀ ପତି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।
SOURCE: ODIA PUA







