Source :- ODIA PUA
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତ ନରିପୁର ଆଚଂଳିକ ଆଦର୍ଶ ରଜ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ସାମଲ କୃଷି ଭିତିକ ଗଣପର୍ବ ରଜ ଆମ ସମସ୍ତଙ୍କୁ ପୂର୍ବ ସଂସ୍କୃତି ଓ ପରମ୍ପରାକୁ ସ୍ମରଣୀୟ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଅଣିଜୋ ସରପଚଂ ପ୍ରତିନିଧି ଜଗବନ୍ଧୁ ପୃଷ୍ଟି, ଉପଦେଷ୍ଟା ପଦ୍ମନାଭ ପାଣିଗ୍ରାହୀ, ସାମ୍ବାଦିକ ହେମନ୍ତ କୁମାର ସିଂହ ସମାଜସେବୀ ସିକନ୍ଦର ଜେନା ପ୍ରମୁଖ ଉପସ୍ଥିତ ରହି ଗ୍ରାମଦେବତୀ ବୁଢୀ ଜାଗୁଳାଇଙ୍କ ପୀଠରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । କମିଟି ସଭାପତି ବାପି ପାଣିଗ୍ରାହୀ,ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ କପିଳେନ୍ଦ୍ର ସାହୁ,ରମେଶ ପଣ୍ଡା, ଜଗତ ଜୀବନ ପାଣିଗ୍ରାହୀ, ଗଣେଶ ଜେନା,ପ୍ରଦୀପ ଜେନା,ଶରତ ଜେନା , ଦେବଦତ ପଣ୍ଡା, ରବିନ୍ଦ୍ର ଜେନା, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସକାଳେ ମହିଳା ମାନଙ୍କ ଦ୍ୱାରା ଝୋଟି ଚିତ୍ର ଓ ଶଙ୍ଖନାଦ ପ୍ରତିଯୋଗିତା ସହ ସନ୍ଧ୍ୟାରେ ଭଦ୍ରାୟଣୀ ଲେଜର ଲାଇଟ ସୋ ଏଠାରେ ଦର୍ଶକଙ୍କୁ ଆକୃଷ୍ଠ କରୁଛି । ଏହି ମହୋତ୍ସବ ଚାରିଦିନ ବ୍ୟାପି ପାଳିତ ହେଉଥିବା ବେଳେ ମହୋତ୍ସବ ପଡିଆକୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଦୋଳି, ମିନାବଜାର, ଖାଦ୍ୟ ଦୋକାନ ମାନ ଖୋଲାଯାଇଛି । ପ୍ରତି ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, କଂଗ୍ରେସନେତା ନିରରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱରର ମହିଳା ଶିଳ୍ପଦ୍ୟୋଗୀ ସୃଷ୍ଟି ସୋମେନ, ପ୍ରାକ୍ତନ ବିଧାୟକ ସୁର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେବେ । ସାଂସ୍କୃତିକ ମଂଚରେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ,ଷ୍ଟେଜ୍୍ କୁଇନ୍ ନାଭିଆ ଜାଇତି, ଆଲବମ୍ ହିରୋ ରାଜ ରୂପ ପ୍ରମୁଖ ବିଭିନ୍ନ ଦିବସରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
SOURCE: ODIA PUA







