Home national news oriya ବନ୍ତ ଓ ଆଗରପଡାରେ ସାଇବର ସଚେତନତା

ବନ୍ତ ଓ ଆଗରପଡାରେ ସାଇବର ସଚେତନତା

3
0

Source :- ODIA PUA

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡା ଥାନା ପରିସରରେ ଆଜି ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଥାନା ଏ.ଏସ୍‌.ଆଇ ଇଭାରାଣୀ ପରିଡା ବରିଷ୍ଠ ମାନଙ୍କୁ ସାଇବର ଠକେଇ, ଅଜଣା କଲ୍ ଓ ଏସଏମ୍‌ଏସ୍‌, ମୋବାଇକୁ ଆସୁଥିବା ଓଟିପି, ସାମାଜିକ ଗଣ ମାଧ୍ୟମର ଉଚିତ୍ ବ୍ୟବହାର, ଇଟଂରନେଟ, ହ୍ୱାଟ୍ସଆପକୁ କୁ ଆସୁଥିବା ବିଭିନ୍ନ ମେସେଜ ଓ ବିଜ୍ଞାପନ ଠାରୁ ଦୂରେଇବା ସହ ଆବଶ୍ୟକ ସ୍ଥଳେ ଥାନା ଓ ବ୍ୟାଙ୍କ କର୍ତୂପକ୍ଷଙ୍କ ପରାମର୍ଶ ନେବାକୁ କହିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସୁରକ୍ଷା ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ,ସମ୍ପାଦକ ରଞ୍ଜନ କୁମାର ଦାସ, ରତ୍ନାକର ନାୟକ, ଚିତରଞ୍ଜନ ସାମନ୍ତରାୟ, ବିଜ୍ଞାନ ଭୂଷଣ ମହାନ୍ତି,ଗୋଲକ ପୃଷ୍ଟି,ଜଗନ୍ନାଥ ଶତପଥି, ସୁବାଶ ଦାଶ, ନରୋତମ ଦାସ, ବଳରାମ ଘଡେଇ, ରାଧାଶ୍ୟମ ରାଉତ,ବିଶମ୍ବର ମିଶ୍ର, ଶଙ୍କର୍ଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ ଗଦାଧର ବେହେରା ସାଇବର ଠକେଇର ବିଶ୍ଳେଷଣ କରିଥିବା ବେଳେ ଉପଦେଷ୍ଟା ଉପେନ୍ଦ୍ର ନାଥ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଥାନାର କମଳାକାନ୍ତ ଶତପଥି, ମାଳତୀ ଦେଇ ସହଯୋଗ କରିଥିଲେ । ସେହିପରି ବନ୍ତ ବାଳିକା ବିଦ୍ୟାଳୟରେ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କୁ ସୋସିଆଲ୍ ମିଡିଆର ବ୍ୟବହାର ଏବଂ ସାଇବର ଅପରାଧରୁ ନିଜକୁ ଦୂରେଇ ରଖିବା ସହ ନୂତନ ଅପରାଧିକ ଆଇ ଉପରେ ବୁଝାଇ ଥିଲେ । ପ୍ରଧାନଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି, ସୁରଭି ମହାପାତ୍ର, ରୀନା ବାରିକ, ସୁଷମା ସାହୁ, ବିଶ୍ୱଜିତ୍ ରାଉତଙ୍କ ସମେତ ସାଧନକେନ୍ଦ୍ର ସଂଯୋଜକ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

SOURCE: ODIA PUA