Source :- ODIA PUA
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟି ପକ୍ଷରୁ ବିଧାନସଭାରେ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାୟକ ତଥା ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟିର ବିରୋଧୀ ଦଳ ସଦସ୍ୟ ସଂଜୀବ ମଲ୍ଲିକ ଧାମନଗରର ପଳିକିରିରେ ବୟନ ଶିଳ୍ପ ପାର୍କ ନିର୍ମାଣ ପ୍ରସଙ୍ଗର ଦାବି ଉପସ୍ଥାପନା କରିଛନ୍ତି।ଏ ପ୍ରସଙ୍ଗରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମବାୟ ଓ ଖାଉଟି ଯୋଗାଣ ବିଭାଗ ସମେତ ଶିଳ୍ପ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଭଣ୍ଡାରିପୋଖରୀ ବ୍ଲକର ଉନ୍ନତି ପ୍ରଗତି ବିକାଶ ତଥା ଭଦ୍ରକ ଜିଲ୍ଲା ପାଇଁ ନିଯୁକ୍ତି ସୁଯୋଗ ଆଣି ଦେବାର ବୟନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଆଲୋଚନା ହୋଇଥିବା ବେଳେ କେଉଁ କେଉଁ କମ୍ପାନୀ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହୀ ତାର ତାଲିକା ଦେବାସହ ଧାନ ମଣ୍ଡିରେ ଚାଷୀ ବା କୃଷକ ବନ୍ଧୁ ମାନେ ଧାନ ପକାଇବା ନିମନ୍ତେ ପଞ୍ଜିକରଣ ସରଳିକରଣ ଓ ସମୟ ସୀମା ବୃଦ୍ଧି କରିବା ପାଇଁ ବିଧାୟକ ଶ୍ରୀ ମଲ୍ଲିକ ଦାବି ଉପସ୍ଥାପନା କରିଛନ୍ତି। ଏହି ବୈଠକରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କିମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
SOURCE: ODIA PUA




