Home national news oriya ସୃଷ୍ଟିଧର ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ସୃଷ୍ଟିଧର ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା

2
0

Source :- ODIA PUA

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବଡମହିଷଗୋଠ ପଚାଂୟତ ନରାଜପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଆଧ୍ୟାତ୍ମିକବାଦୀ ମଣିଷ, କର୍ମବୀର ସୁସଂଗଠକ, ସ୍ୱର୍ଗତଃ ସୃଷ୍ଟିଧର ମିଶ୍ରଙ୍କ ଏକାଦଶାହ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କବି କିର୍ତନ ଚରଣ ନାୟକଙ୍କ ପୌରହିତ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ସ୍ୱର୍ଗତଃ ସୃଷ୍ଟିଧର ଜଣେ ଆଧ୍ୟାତ୍ମିକବାଦୀ ମଣିଷ ଥିବା ବେଳେ ସାଂଗଠନିକ ଦକ୍ଷତା ପ୍ରତିପାଦନ ସହ କର୍ମଯୋଗୀ ମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜଣେ ଯୋଗ୍ୟ ପିତା ଭାବେ ପରିବାରକୁ ଆଦର୍ଶ ଭାବେ ଗଢି ତୋଳିବା ସହ ତାଙ୍କ ଆବର୍ତମାନରେ ଏହା ତାଙ୍କୁ ମହାନ କରିଛି ବୋଲି ମତ ପ୍ରକାଶ ପାଇଥିଲା । ଶିକ୍ଷାବିତ୍ ତଥା ସାହିତ୍ୟିକ ଚର୍ତୁଭୂଜ ପହି, ଚିତରଞ୍ଜନ ସାମନ୍ତରାୟ, ଉପେନ୍ଦ୍ର କୁମାର ବିଶ୍ୱାଳ, ଲକ୍ଷ୍ମୀଧର ମହାରଣା, ହରେକୃଷ୍ଣ ସାହୁ, ରାମଚନ୍ଦ୍ର ଦାସ, ଜଇନୁଲ ଆବେଦିନ, ସାଇ ସଂଗଠନର ସୁବାଷ ଚନ୍ଦ୍ର ବେହେରା, ବୈଦନାଥ ଦାଶ, ଚିନ୍ତାମଣୀ ବେହେରା, ଅରୁଣ କୁମାର ସାହୁ, ବିରଚିଂ ନାରାୟଣ ପାଣିଗ୍ରାହୀ, ଅନାମ ଚରଣ ଜେନା, ସାମ୍ବାଦିକ ହେମନ୍ତ ସିଂହ,ଡାକ୍ତର ଅଶୋକ ମିଶ୍ର, ପୂର୍ବତନ ସରପଚଂ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ନାରାୟଣ ଦାଶ,ପ୍ରଦୀପ ଜେନା ପ୍ରମୁଖ ସ୍ୱର୍ଗତଃ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ପୁତ୍ର ଗତିକୃଷ୍ଣ ମିଶ୍ର, ରାଖାଲକୃଷ୍ଣ ମିଶ୍ର, ଦୀନକୃଷ୍ଣ ମିଶ୍ର, ଜ୍ୟୋତିକୃଷ୍ଣ ମିଶ୍ର, ମିନତୀଲତା ମିଶ୍ର, ରେଖାରାଣୀ ମିଶ୍ର, ଜ୍ୟୋସ୍ନାରାଣୀ ମିଶ୍ର, ପ୍ରତିମା ରାଣୀ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA