Home national news oriya ବାଳାଶ୍ରମରେ ତ୍ରିରଙ୍ଗା ଶୋଭାଯାତ୍ରା

ବାଳାଶ୍ରମରେ ତ୍ରିରଙ୍ଗା ଶୋଭାଯାତ୍ରା

3
0

Source :- ODIA PUA

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସପ୍ତମ ଓଡ଼ିଶା ବାଟାଲିଆନ୍ ଏନ.ସି.ସି ତରଫରୁ ଗାନ୍ଧୀ ବାଳାଶ୍ରମ ଠାରେ ୧୦୦ ମିଟର ବିଶିଷ୍ଟ ଏକ ବିଶାଳ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ୭ମ ବାଟାଲିୟନ୍ ଏନ.ସି.ସିର କମାଣ୍ଡାଣ୍ଡ ସୁଜିତ କୁମାର ସ୍ୱାଇଁଙ୍କ ସହ ଅନ୍ୟ ପଦସ୍ଥ ଅଧିକାରୀ, ନାରାୟଣ ଚନ୍ଦ୍ର ହାଇସ୍କୁଲର ଏନ୍‌.ସି.ସି ଓ ସ୍କାଉଟ୍ ଗାଇଡ୍‌ର ଶତାଧିକା କେଡେଟ୍ ଓ ଗାନ୍ଧୀ ବାଳାଶ୍ରମର ସମସ୍ତ ଅନ୍ତେବାସୀ ଯୋଗଦେଇଥିଲେ । ଅପରାହ୍ନରେ ବାଳାଶ୍ରମ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତେବାସୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଡାକବାଜି ଯନ୍ତ୍ର, ବ୍ୟାଣ୍ଡ ବାଦନ ସହ ନିକଟସ୍ଥ ଗରଦପୁର ଗ୍ରାମକୁ ଯାଇ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ବଂଟନ କରିଥିଲେ। ଗ୍ରାମବାସୀ ମାନେ ବାଳାଶ୍ରମର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

SOURCE: ODIA PUA