Home national news oriya ବିଶ୍ୱ କଲ୍ୟାଣ ନିମିତ ଆର୍ଯ୍ୟ ସଂସ୍କୃତିର ସୁରକ୍ଷା ଏକାନ୍ତ ଆବଶ୍ୟକ,ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦର ବାର୍ଷିକ...

ବିଶ୍ୱ କଲ୍ୟାଣ ନିମିତ ଆର୍ଯ୍ୟ ସଂସ୍କୃତିର ସୁରକ୍ଷା ଏକାନ୍ତ ଆବଶ୍ୟକ,ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

2
0

Source :- ODIA PUA

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତ ବର୍ଷର ପୂର୍ବ ନାମ ଆର୍ଯ୍ୟାବର୍ତ ଏବଂ ଏହାର ଅଧିବାସୀଙ୍କୁ ଆର୍ଯ୍ୟ କୁହାଯାଏ। ଭାରତ ବର୍ଷର ଗଢି ଉଠିଥିବା ସନାତନ ଧର୍ମ, ବୈଦିକ ସଂସ୍କୃତି, ମନ୍ଦିର,ମଠ, ପର୍ବ ପର୍ବାଣୀ, ଶାସ୍ତ୍ର, ସଂଗୀତ, ପୁରାଣ,ନୃତ୍ୟ, ଗୀତ, କୃଷି, ପଶୁପାଳନ, ଗୋ ସେବା ଆଦି ହିଁ ଆର୍ଯ୍ୟ ସଂସ୍କୃତି ଏବଂ ଏହାର ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟ ସ୍ତରୀୟ ଅନୁଷ୍ଠାନ” ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦ’ର ଭଦ୍ରକ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଶାଖାର ସଭାପତି ପ୍ରଭାସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାବେଶରେ ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦର ପ୍ରତିଷ୍ଠାତା ତଥା ପୂର୍ବତନ ଚିକିତ୍ସା ଅଧିକାରୀ ଡ. ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥି, ସଂଗଠନର ରାଜ୍ୟ ସଭାପତି ନିରଞ୍ଜନ ଦାଶ,ପୂର୍ବତନ ପ୍ରଫେସର, ସଂସ୍କୃତବିତ୍ ଡ. ସଦାନନ୍ଦ ଦୀକ୍ଷିତ, ବିଶିଷ୍ଟ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ପଣ୍ଡିତ ଦୈତ୍ୟାରି ମହାପାତ୍ର, ‘ଅମୃତ ଦର୍ଶନ, ଆଧ୍ୟାତ୍ମିକ ପତ୍ରିକା ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ, ପ୍ରଦୀପ କୁମାର ବାନାର୍ଜୀ ସମ୍ପାଦକୀୟ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ସମ୍ପାଦକ ପୀତବାସ ପଣ୍ଡା ସ୍ୱାଗତ ଭାଷଣ, ପ୍ରାଣକୃଷ୍ଣ ପଣ୍ଡା ଅତିଥି ପରିଚୟ, ସୁବ୍ରତ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିମ୍ବାଧର ପଣ୍ଡା ଅତିଥିମାନଙ୍କୁ ମଂଚ ଆବାହନ ଓ ଚିତରଞ୍ଜନ ପତି ଓ କାର୍ତିକ ଚନ୍ଦ୍ର ପଣ୍ଡା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରିଥିଲେ। ପରିଶେଷରେ ବହୁ ଅନୁଷ୍ଠାନ ଓ ବିଦ୍ୱାନ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆର୍ଯ୍ୟ ସଂସ୍କୃତି ସୁରକ୍ଷା ଦିଗରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

SOURCE: ODIA PUA