Home national news oriya ଭଦ୍ରକରେ ଇଣ୍ଡି ମେଂଟର ବନ୍ଦ,ସାଧାରଣ ଜୀବନଯାତ୍ରା ପ୍ରଭାବିତ, ସିଟି ଡିଏସ୍‌ପିଙ୍କ କଲର ଧରିଲେ ଆନ୍ଦୋଳନକାରୀ

ଭଦ୍ରକରେ ଇଣ୍ଡି ମେଂଟର ବନ୍ଦ,ସାଧାରଣ ଜୀବନଯାତ୍ରା ପ୍ରଭାବିତ, ସିଟି ଡିଏସ୍‌ପିଙ୍କ କଲର ଧରିଲେ ଆନ୍ଦୋଳନକାରୀ

2
0

Source :- ODIA PUA

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ ରଦ୍ଦ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଚଳିତ ବନ୍ୟାରେ ପୀଡ଼ିତଙ୍କୁ ତୁରନ୍ତ ସହାୟତା ଦାବିରେ ଇଣ୍ଡିି ମେଂଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ଗଭୀର ପ୍ରଭାବ ଭଦ୍ରକରେ ଅନୁଭୂତ ହୋଇଛି। ବନ୍ଦ ପାଇଁ ସହରର ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସହର ମଧ୍ୟରେ ସମସ୍ତ ପ୍ରକାର ଚାରି ଚକିଆ ଯାନ ବନ୍ଦ ଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ବନ୍ଦ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସର ଶତାଧିକ କର୍ମୀ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବନ୍ଦକୁ ସଫଳ କରିଥିଲେ। ସେହିଭଳି ରାଜ୍ୟ କଂଗ୍ରେସ ଉପସଭାପତି ତଥା ଭଦ୍ରକର ବଳିଷ୍ଠ ନେତୃତ୍ୱ ଅସିତ୍ ପଟ୍ଟନାୟକ ମଧ୍ୟ ତାଙ୍କର ସହଯୋଗୀମାନଙ୍କୁ ନେଇ ଏହି ବନ୍ଦରେ ସାମିଲ ହୋଇଥିଲେ। ସେହିପରି ଇଣ୍ଡି ବ୍ଳକର ସିପିଆଇ ଏମ, ସିପିଆଇ ଏମଏଲର ବରିଷ୍ଠ ନେତୃତ୍ୱ ଯଥାକ୍ରମେ ଦିବ୍ୟସିଂ ନାୟକ ଓ ସମର ବଳଙ୍କ ନେତୃତ୍ୱରେ କର୍ମୀମାନେ ମଧ୍ୟ ଭାଗଭାଗ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପିକେଟିଂ କରିବା ସହ ବନ୍ଦକୁ ସଫଳ କରିବାକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ତ ଛକ ବସଷ୍ଟାଣ୍ଡ ଠାରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ୧୬ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଓଭରବ୍ରିଜ ଉପରେ ଇଣ୍ଡି ମେଂଟର ସମସ୍ତ ସହଯୋଗୀ ଦଳଙ୍କ ନେତୃମଣ୍ଡଳୀ ଧାରଣା ଦେବା ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। କଂଗ୍ରେସ ନେତା ନିଶିକାନ୍ତ ନାୟକ, ସିପିଆଇ ଏମ ନେତା ଗିରିଧାରୀ ନାଥଙ୍କ ନେତୃତ୍ୱରେ କୋର୍ଟ ସମ୍ମୁଖରେ ପିକେଟିଂ କରିଥିଲେ। ଫଳରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡି ବ୍ଳକର ନେତାମାନେ ପିକେଟିଂ କରିବା ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ ହୋଇ ପଡ଼ିଥିଲା। ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବନ୍ତ ଛକ ଦେଇ ଚରମ୍ପା ରେଳ ଷ୍ଟେସନ ଠାରେ ପହଂଚି ଥିଲା। କର୍ମୀମାନେ ଜିଆରପି ଓ ଆରପିଏଫ ପକ୍ଷରୁ ନିର୍ମିତ ବ୍ୟାରିକେଡ ଭାଙ୍ଗି ରେଳ ଷ୍ଟେସନ ପରିସରରେ ପ୍ରବେଶ କରିବା ସହ ସେଠାରେ ରେଳ ରୋକ କରିଥିଲେ। ଫଳରେ କେତେକ ମାଲବାହୀ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଥିଲା। ତେବେ ମଧ୍ୟାହ୍ନରେ ପୁଲିସ ବିଭିନ୍ନ ଦଳର ଶତାଧିକ କର୍ମୀଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଥିବାବେଳେ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ବନ୍ଦକୁ ସଫଳ କରିବା ଦିଗରେ ଇଣ୍ଡି ବ୍ଲକର କଂଗ୍ରେସ ନେତା, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ବିଜୟ ବାରିକ, ରାଜେନ୍ଦ୍ର ଜେନା, ଜ୍ୟୋସ୍ନାରାଣୀ ପତି, ସିପିଆଇ ଏମର ବିକାଶ ନାଥ, ସିପିଆଇ ଏମଏଲର ଜୟନ୍ତୀ ବିଶ୍ୱାଳ ପ୍ରମୁଖ ସକ୍ରିୟ ଭୁମିକା ନିଭାଇଥିଲେ। ତେବେ ଗାଡି ଚାଳକ ଜୋର ଜବର ଦସ୍ତ ଗାଡି ଆଗକୁ ଆନ୍ଦୋଳନ କାରି ଙ୍କୁ ଚଢାଇ ନେବାକୁ ଉଦ୍ୟମ କରୁଥିଲା ବେଳେ ଆନ୍ଦୋଳନ କାରି ମାନେ ଉତ୍ୟକ୍ତ ହୋଇ ଗାଡି କୁ ବାଡେଇ ଥିଲେ। ଫଳରେ ସେଠାରେ ଥିବା ସିଟି ଡି ଏସପି ଅନିଲ ପ୍ରଧାନଙ୍କ ନେତୃତ୍ୱ ରେ ପୋଲିସ ଟିମ ତାଙ୍କୁ ଅଟକାଇ ଥିଲେ। ଏହି ସମୟ ରେ ପୋଲିସ ଆନ୍ଦୋଳନ କାରି ମାନଙ୍କୁ ଠେଲି ଦେବାରୁ ଆନ୍ଦୋଳନ କାରି ଙ୍କ ମଧ୍ୟରୁ ବିକାଶ ନାଥ ନାମକ ଜଣେ ସିପିଆଇଏମ କର୍ମକର୍ତା ସିଟି ଡି ଏସ ପି ଅନିଲ ପ୍ରଧାନଙ୍କ କଲର କୁ ଧରି ନେଇ ଥିଲେ। ଫଳରେ ସେଠାରେ ଥିବା ପୋଲିସ ସାଙ୍ଗେ ସାଙ୍ଗେ ଆକ୍ରମଣ କାରି ଙ୍କୁ କାବୁ କରି ଥାନା କୁ ନେଇ ଯାଇଥିଲେ। ତେବେ ଏହି ସମୟ ରେ କେତେକ ମହିଳା ଆନ୍ଦୋଳନ କାରି ଙ୍କୁ ମହିଳା ପୋଲିସ ଅତ୍ୟନ୍ତ ଖରାପ ବ୍ୟବହାର କରି ଥିବା ଆନ୍ଦୋଳନ କାରି ମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି ଯେ ପୋଲିସ ଉପରକୁ ଆକ୍ରମଣ ହେବାରୁ ସମ୍ପୃକ୍ତ ଯୁବକ ଙ୍କୁ କାବୁ କରାଯାଇଛି ବୋଲି କହିଥିଲେ। ପରେ ପୋଲିସ ଜାତୀୟ ରାଜପଥ ରୁ ଆନ୍ଦୋଳନ କାରି ଙ୍କୁଜବରଦସ୍ତ ଭାବେ ହଟାଇ ବା ପରେ ଜାତୀୟ ରାଜପଥ ରେ ଗାଡି ଚଳାଚଳ କରିଛି। ତେବେ ଭଦ୍ରକରେ ଓଡ଼ିଶା ବନ୍ଦର ସଫଳତା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମହାନ୍ତି, ସିପିଆଇ ଏମ ନେତା ଚନ୍ଦ୍ରଶେଖର ନାୟକ, ସିପିଏମ ଏଲ ନେତା ଶ୍ରୀ ବଳ ଭଦ୍ରକବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

SOURCE: ODIA PUA