Source :- ODIA PUA

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ବଜାର ଠାରେ ଶୁକ୍ରବାର ମଧ୍ୟାହ୍ନରେ ଓଆର-୦୨କ୍ୟୁ-୬୬୮୮ ନମ୍ବର କାର ଜଳି ଯାଇଥିଲା। ମାଳଦା ବଜାର ଠାରେ ମିଠା କରିଥିବା ଶ୍ୟାମସୁନ୍ଦର ଦାସଙ୍କ ଙ୍କ ପୁଅ ଶୁଭକାନ୍ତ ଦାସ ଯାଜପୁର ରୁ ଫେରୁଥିବା ବେଳେ ଗାଡ଼ି ରୁ ଧୁଆଁ ବାହାରିଥିଲା। ରାସ୍ତା କଡ଼ କୁ ଗାଡ଼ି ସାଇଟ୍ କରିବା ପରେ ହଠାତ୍ ଗାଡ଼ି ଜଳି ଯାଇଥିଲା। ଯାଜପୁରରୁ ଦମକଳ ଆସି ନିଆଁକୁ ଆୟତ କରିଥିଲା ବେଳେ ଗାଡ଼ି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଥିଲା।

SOURCE: ODIA PUA