Home national news oriya ସମାଜସେବୀ ହାଜି ଶେଖ ଗୁଲ ମହମ୍ମଦଙ୍କ ଦେହାନ୍ତ

ସମାଜସେବୀ ହାଜି ଶେଖ ଗୁଲ ମହମ୍ମଦଙ୍କ ଦେହାନ୍ତ

2
0

Source :- ODIA PUA

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୧୬ ନମ୍ବର ୱାର୍ଡ ଅଧୀନ କଂଟାବଣିଆ ଗ୍ରାମର ବାସିନ୍ଦା ସ୍ୱର୍ଗତ ଶେଖ ଶ୍ୟାମତୁଲ୍ଲାଙ୍କ ପୁଅ ଡିସେଂଟ ଟେଲର୍ସ ଓ ରାଜହଂସ ଗାରମେଂଟସର ପ୍ରତିଷ୍ଠାତା ହାଜି ଶେଖ ଗୁଲ ମହମ୍ମଦ ଓରଫ (ଗୋଲୋ ମାଷ୍ଟର) ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗୁଲ ମହମ୍ମଦଙ୍କ ଭଦ୍ରକ ଟାଉନ ହଲ ଛକ ସ୍ଥିତ ଟେଲର୍ସ ଦୋକାନ ୩୦ ବର୍ଷ ଧରି ରହିଛି ଏବଂ ସେ ଦୀର୍ଘ ବର୍ଷ ରହିଥିବାରୁ ତାଙ୍କୁ ଗୋଲୋ ମାଷ୍ଟର ଭାବେ ସମସ୍ତେ ଡାକୁଥିଲେ ।ଗୋଲୋ ମାଷ୍ଟର ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହେଉଥିଲେ । ସେ ଦୀର୍ଘ ବର୍ଷ ସମାଜସେବୀରେ ଲିପ୍ତ ରହିଥିଲେ । ଅଗଷ୍ଟ ୧ ତାରିଖରେ ନିଜ ଘରେ ରହିବା ସମୟରେ ଦେହାନ୍ତ ହୋଇଥିଲା । ଏହି ସମୟରେ ତାଙ୍କ ସ୍ତ୍ରୀ , ୪ ବିବାହିତ ପୁଅ ଗୋଲାମ ମହମ୍ମଦ, ରିୟାଜ ମହମ୍ମଦ, ନୂର ମହମ୍ମଦ, ସଲାମ ମହମ୍ମଦ ଓ ୨ ଝିଅ ଯାହେରା ବିବି, ଯୋଲେଖା ବିବି ଏବଂ ଜୋଇଁ ଶେଖ ଅବୁକଲାମ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ପରିବାର ବର୍ଗ, ସମ୍ପର୍କୀୟ ଓ କଚେରି ବଜ଼ାର ସ୍ଥିତ ବଣିକ ସଙ୍ଘ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଗୁଲ ମହମ୍ମଦ ଅନେକ ସଂଗଠନ ସହିତ ଜଡିତ ରହିଥିଲେ । ଗୁଲ ମହମ୍ମଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । କଦମ୍ଭବେଳା ମସଜିଦ ପରିସର ଦିନ ୨ ଘଟିକା ସମୟରେ ଜନାଜା ନମାଜ ପାଠ କରି ତାଙ୍କୁ କବର ଦିଆ ଯାଇଛି ।

SOURCE: ODIA PUA