Source :- ODIA PUA
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତିର ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମ ଭଣ୍ଡାରିପୋଖରୀ ବ୍ଲକରେ ନାମକୁ ମାତ୍ର କରାଯାଉଥିବା ଅଭିଯୋଗ ହୋଇଛି।ମଙ୍ଗଳବାର ଦିନ ବନ୍ଦାଳ-ମଢ଼ିଆଳି ପଂଚାୟତ କାର୍ଯ୍ୟାଳୟ ପରିସରରେ ଖରାରେ ଏହି ସମାବେଶ କରାଯାଇଛି।ଅବ୍ୟବସ୍ଥା କାରଣରୁ ଅସନ୍ତୋଷ ପ୍ରକାଶ କରି କିଛି ମହିଳା ଫେରି ଯାଇଥିବା ବେଳେ ଅଳ୍ପ ସଂଖ୍ୟକ ମହିଳାଙ୍କୁ ଖରାରେ ବସାଇ ବିଧି ରକ୍ଷା କରିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ପଂଚାୟତର ଲୋକ ଅଭିଯୋଗ କରିଛନ୍ତି।ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ସ୍ୱଳ୍ପ ସମୟ ପାଇଁ ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ୱାସ୍ଥ୍ୟ, କୃଷି ବିଭାଗ କର୍ମଚାରୀ ଓ ସ୍ଥାନୀୟ ସରପଂଚ ଯୋଗ ଦେଇଥିଲେ।ଏଥିରେ ମହିଳା ଙ୍କ ଉତ୍ପାଦର ପ୍ରଦର୍ଶନୀ କାର୍ଯ୍ୟକ୍ରମ କିମ୍ବା ସଫଳ ମହିଳାଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲା।ପଂଚାୟତର ଏମବିକେଙ୍କ ପରିବର୍ତେ ବ୍ଲକର ମିଶନ ଶକ୍ତି ବିଭାଗ ପକ୍ଷରୁ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା।ଏପରି କାର୍ଯ୍ୟକ୍ରମକୁ ନେଇ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
SOURCE: ODIA PUA



