Home national news oriya ସୟା ଓ ମଙ୍ଗଳପୁରରେ ବିକାଶ ଧାରା ଓଡ଼ିଶାସାରା କାର୍ଯ୍ୟକ୍ରମ, ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା...

ସୟା ଓ ମଙ୍ଗଳପୁରରେ ବିକାଶ ଧାରା ଓଡ଼ିଶାସାରା କାର୍ଯ୍ୟକ୍ରମ, ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ଶକ୍ତି ସମ୍ବାଦ

2
0

Source :- ODIA PUA

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସୟା ଓ ମଙ୍ଗଳପୁର ପଂଚାୟତରେ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମରେ ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ଶକ୍ତି ସମ୍ବାଦ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେହିସବୁ ପଂଚାୟତରେ ଅନୁଷ୍ଠିତ ସଭାରେ ଅତିଥିମାନେ ଯୋଗଦେଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ସୁଭଦ୍ରା ଶକ୍ତି ଯୋଜନାରେ ମହିଳା ଆତ୍ମ ନିର୍ଭର ଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଯୋଗ୍ୟ ହିତାଧିକାରୀ ଯେମିତି ଯୋଜନାରୁ ବାଦ ନପଡ଼ନ୍ତି ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି ୨ପଂଚାୟତରେ ହିତାଧିକାରୀମାନଙ୍କୁ ଭତା, ଆନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ, ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ଼ ବଂଟନ କରାଯାଇଥିଲା । ମହିଳା ଗୋଷ୍ଠୀମାନଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀର ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ମଙ୍ଗଳପୁର ପଂଚାୟତରେ ଅନୁଷ୍ଠିତ ସଭାରେ ସରପଂଚ ପୁଷ୍ପାଞ୍ଜଳି ଲେଙ୍କା ସଂଚାଳନ କରିଥିଲେ । ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର,ସମ୍ନାନିତ ଅତିଥି ଭାବ୍ଦ ସାମାଜିକ କର୍ମୀ ଦେବେନ୍ଦ୍ର ମହାନ୍ତି, ପିଇଓ ମଧୁସ୍ମିତା ବେଦାନ୍ତ, ଜିଆରଏସ ସୁଦର୍ଶନ ଦାସ, ଏମବିକେ ରଶ୍ମିତା ନାୟକ, ବ୍ୟାଙ୍କ ମିତ୍ର ଭାଗ୍ୟରେଖା ବଳ, ବିଏଲସି ସ୍ନିଗ୍ଧା ନାୟକ, ଏଲଏସପି ଲଷ୍ମୀଧର ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଜୀବନଜ୍ୟୋତି ବଳ, ଭାଗିରଥି ଦାସ, ସରୋଜ ମହାନ୍ତି, ଭବଶଙ୍କର ଜାନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସୟା ପଂଚାୟତରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ପଣ୍ଡାଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ସରପଂଚ ରିତାଞ୍ଜଳୀ ଶତପଥୀ, ସମ୍ମାନିତ ଅତିଥିଭାବେ ନାଏବ ସରପଂଚ ମାଧବାନନ୍ଦ ମଲିକ, ସମାଜସେବୀ ରବିନ୍ଦ୍ର ଶତପଥୀ,ଶଶଧର ମଲ୍ଲିକ ଓ ଶରତ ଲେଙ୍କା, ଏଡ଼ିଓ ବିଦ୍ୟାଶ୍ରୀ ମହାପାତ୍ର, ଏମବିକେ ପ୍ରଭାତୀ ନାୟକ, ଓଏଲଏମର ଏସଡ଼ିଏସ ପ୍ରଫୁଲ୍ଲ ମଲିକ, ମହିଳା ସଂଘ ସଭାନେତ୍ରୀ ରତ୍ନାବତୀ ମଲିକ, ସମ୍ପାଦିକା ଅନୀତା ରାଣୀ ମଲିକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପଂଚାୟତ ପକ୍ଷରୁ ନାରାୟଣ ମଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା, ଅଙ୍ଗନୱାଡି କର୍ମୀ, ସିଆରପି, ବ୍ୟାଙ୍କ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଦୁଇ ପଂଚାୟତର କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇଥିଲେ।

SOURCE: ODIA PUA