Source :- ODIA PUA

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ଥାନା ଖେମେଶ୍ୱରପୁର ଗ୍ରାମର ଆରତୀ ଦାସ ହତ୍ୟା ଅଭିଯୁକ୍ତ ସୁରେନ୍ଦ୍ର ଦାସଙ୍କ ପୁତ୍ର ମଧୁସୂଦନ ଦାସଙ୍କୁ ମାନ୍ୟବର ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ଲଲାଟେନ୍ଦୁ ଜେନା ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ବାସୁଦେବପୁର ଥାନା ବ୍ରାହ୍ମଣୀଗାଁ ଖେମେଶ୍ୱରପୁର ଗ୍ରାମର ନାରାୟଣ ଦାସଙ୍କ ପତ୍ନୀ ଆରତୀ ଗତ ୨୦୨୧ ମସିହା ଜୁଲାଇ ମାସ ୨୨ ତାରିଖରେ ବିଲରୁ କାମ କରି ଫେରୁଥିବା ବେଳେ , ସେହି ଗାଁର ୩ ଛକି ପାଖରେ ତାଙ୍କର ପଡୋଶୀ ମଧୁସୂଦନ ଦାସ ପୂର୍ବ ଶତ୍ରୁତା କାରଣରୁ ହାତରେ ଧରିଥିବା ସାବଳ ଦ୍ୱାରା ତାଙ୍କ ମୁଣ୍ଡକୁ ଲକ୍ଷ କରି ନିର୍ମମ ଭାବରେ ପିଟି ଥିଲେ। ଆରତୀ ଗୁରୁତର ହୋଇ ସେଠାରେ ପଡି ରହିଥିବା ବେଳେ ତାଙ୍କ ସ୍ୱାମୀ ଖବର ପାଇ ସେଠାରେ ପହଂଚି ତାଙ୍କୁ ଉଦ୍ଦାର କରି ବାସୁଦେବପୁର ଡାକ୍ତରଖାନା ନେଇ ଯାଇଥିଲେ, ସେଠାରୁ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ବେଳେ ଆରତୀ ମୃତ୍ୟୁ ବରଣ କରିଥିଲା. ନାରୟଣଙ୍କ ଲିଖିତ ଅଭିଯୋଗ ମୂଳେ ବାସୁଦେବପୁର ଥାନା କେସ ନଂ ୨୧୯/୨୧ ଦଫା ୩୦୨ ରେ ଏକ କେସ ହୋଇ ଅଭିଯୁକ୍ତ ମଧୁସୂଦନକୁ ପୋଲିସ ସେହି ମାସ ୧୪ ତାରିଖରେ ଗିରଫ କରି କୋର୍ଟ ପଠାଇ ଦେଇଥିଲା। ସେହି ଦିନରୁ ସେ ବିଚରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ଅଛି। ଜିଲ୍ଲା ଜଜଙ୍କ କୋର୍ଟରେ ଝଞ ଦ୍ଭକ୍ଟ- ୧୯/୨୧ ମୂଳେ ବିଚାର ହୋଇ ଆଜି ତାଙ୍କର ରାୟ ପ୍ରକାଶ ପାଇ ଉପରୋକ୍ତ ଦଣ୍ଡ ପ୍ରଦାନ କରାଯାଇଛି। ସରକାରଙ୍କ ତରଫରୁ ପବ୍ଲିକ ପ୍ରଶିକ୍ୟୁଟର ମିନା ଟପ୍ପୋ ମାମଲା ପରିଚାଳନା କରୁଥିଲେ।

SOURCE: ODIA PUA