Home national news oriya ବୈତରଣୀରେ ବଡବନ୍ୟା, ୭ ପଂଚାୟତର ୪୨ ହଜାର ଲୋକ ଜଳବନ୍ଦୀ, ଉପରମୁଣ୍ଡରେ ଭାରିବର୍ଷା ଜାରି

ବୈତରଣୀରେ ବଡବନ୍ୟା, ୭ ପଂଚାୟତର ୪୨ ହଜାର ଲୋକ ଜଳବନ୍ଦୀ, ଉପରମୁଣ୍ଡରେ ଭାରିବର୍ଷା ଜାରି

4
0

Source :- ODIA PUA

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଚଳିତ ବର୍ଷର ଅନ୍ୟତମ ବଡ ଧରଣର ବନ୍ୟା ଆସିଛି । ଉପର ମୁଣ୍ଡରେ ଜାରି ବର୍ଷା ଲାଗିରହିବା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ଶୁକ୍ରବାର ସନ୍ଧ୍ୟା ୭ଟାରୁ ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଗୁରୁବାର ସନ୍ଧ୍ୟା ୫ ଟାରେ ନଦୀ ଆଖୁଆପଦାରେ ୧୭.୨୦ମିଟରରେ ପ୍ରବାହିତ ହେଉଥିଲା । ଜଳସ୍ତର ପ୍ରତି ୧ ମି.ମି. ବେଗରେ ହ୍ରାସ ପାଉଥିଲା। ଏହାପରେ ଜଳସ୍ତର ସ୍ଥିର ହୋଇ ୭ଟାରେ ବୃଦ୍ଧି ପାଇଥିଲା । ଶୁକ୍ରବାର ରାତ୍ର ୧୧ଟାରେ ଜଳସ୍ତର ୧୧. ୨୮ ମିଟରରେ ପହଂଚିଥିଲା । ରାତ୍ର ୧୨ଟାରେ ଜଳସ୍ତର ପ୍ରତି ୩୦ ମି.ମି. ବେଗରେ ବୃଦ୍ଧି ପାଇ ବିପଦସଙ୍କେତସ୍ତର ୧୮୩୩ ମିଟର ଅତିକ୍ରମ କରି ୧୮,୫୮ ମିଟରରେ ସହ ଯାଇଥିଲା । ଅନ୍ୟପକ୍ଷରେ ନଦୀର ଉପରମୁଣ୍ଡରେ ଭାରି ବର୍ଷା ଲାଗି ରହିଛି । ଅପରାହ୍ନ ୪ଟାରେ ନଦୀ ୧୯୬୩ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ପ୍ରତି କି.ମି.ମି. ବେଗରେ ବୃଦ୍ଧି ପାଇଛି । ଗତ ୨୪ ଘ ଂଟା ମଧ୍ୟରେ ନଦୀର ଉପରମୁଣ୍ଡ କେଉଁଝରରେ ୨୮.୮ମି.ମି., ସ୍ୱାମୀପାଟଣାରେ ୪୦.୦ ମି.ମି., ଚମ୍ପୁଠାରେ ସର୍ବାଧିକ ୮୮୪ ମି.ମି., ଆନନ୍ଦପୁରରେ ୧୧୮ ମି.ମି. ଓ ଆଖୁଆପଦାରେ ୧.୮ ମି.ମି ବର୍ଷା ରେକର୍ଡ କରାଯାଇଛି । ଭଣ୍ଡାରିପୋଖରୀ ବ୍ଲକ୍‌ରେ ଗତ ୨୪ ଘ ଂଟା ମଧ୍ୟରେ ଆଦୌ ବର୍ଷା ହୋଇନାହିଁ । ପରବର୍ତୀ ସମୟରେ କ୍ରମାଗତ ଭାବେ ବ୍ୟାପକ ବର୍ଷା ଲାଗି ରହିବାରୁ ନଦୀର ଜଳସ୍ତର ବିଶେଷ ହ୍ରାସ ପାଇବ ନାହିଁ ବୋଲି ଆଶଙ୍କା କରାଯାଇଛି । ପରେ ପରେ ୭ଫୁଟ ଉଚ୍ଚର ବନ୍ୟାଜଳ ବ୍ୟାପକ ଭାବେ ଜନବସତିକୁ ପ୍ରବାହିତ ହୋଇ ୫ଟି ପଂଚାୟତକୁ ବୁଡାଇ ଦେଇଛି। ଚଳିତ ବର୍ଷରେ ଷୋଳମପୁର ପଂଚାୟତର ମଣିନାଥପୁର, ଷୋଳମପୁର, ବଚନୂଆପଡା, ବିରୋଳି ଗ୍ରାମ, ମାଳଦା ପଂଚାୟତର ଜଳହରୀ, ବଳପୁର, ରାମପୁର, ମାଳଦା ଆଦି ଗ୍ରାମ, ନପଙ୍ଗ ପଂଚାୟତର ବଡନପଙ୍ଗ, ନପଙ୍ଗ, କାଟଣା, କୋରାଗଢିଆ ଆଦି ଗ୍ରାମ, ରହଣିଆ ପଂଚାୟତର ନୌରଙ୍ଗପୁର, ରହଣିଆ, କେଶପୁର, କୋରିଗାଁ ପଂଚାୟତର ୫୦ଗାଁ, କୋରିଗାଁ, କେରଳିବା ଆଦି ଗ୍ରାମ, ବଦଳେଇକିଆଳି ପଂଚାୟତର ବନ୍ଦାଳୋ, ମକ୍ତିପାଳି, ଖପୁରିଆପଦା, ଝୁଟୁଣା ପଂଚାୟତର ଝୁଟୁଣା, ବାବଲପୁର, ବ୍ରହ୍ମପୁର, ହାତେଶ୍ୱର ଆଦି ଗ୍ରାମର ୬୨ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡି ରହିଛି । ବହୁ ରାସ୍ତା ଆଦି ବନ୍ୟାଜଳରେ ବୁଡି ରହି ଯାତାୟତ ବାଧାପ୍ରାପ୍ତ ହେଉଛି । ସେହିପରି ରେବ ଓ କପାଳି ନଦୀରେ ବନ୍ୟା ଆସିଛି । ଫଳରେ ବଳିରାମପୁର, ଗୋପାଳପୁର, ଆଦମପୁର, ଜଗନ୍ନାଥପୁର ଓ ଆଦି ଗ୍ରାମ ପ୍ରଭାବିତ ହୋଇଥିବା ଜଣାଯାଇଛି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ବିଧାୟକ ସଂଜୀବ ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଓ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ବନ୍ୟା ପରିସ୍ଥିତି ସମୀକ୍ଷ କରିଛନ୍ତି । ଖାଲୁଆ ଅଂଚଳରେ ଥିବା ୩୨ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ଉଦ୍ଧାର କରାଯାଇଛି । ଗୋଟିଏ ଓଡ୍ରାଫ ଟିମ ମୁତୟନ କରାଯାଇଛି।

SOURCE: ODIA PUA