Home national news oriya ଧାମନଗର ଛକରେ କାର ଦୁର୍ଘଟଣା, ୪ ଗୁରୁତର

ଧାମନଗର ଛକରେ କାର ଦୁର୍ଘଟଣା, ୪ ଗୁରୁତର

3
0

Source :- ODIA PUA

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଓଭରବ୍ରିଜ୍ ନିକଟରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ କାରରେ ଥିବାବେଳେ ଜଣେ ଅଟୋ ଯାତ୍ରୀ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। କାରରେ ଥିବା ଯୁବକ ମାନେ ହେଲେ ଉଦଳା ଥାନା ଅଂଚଳର ଅଭିରାମ ମୁର୍ମୁ, ସିମାର୍ନ ମାରାଣ୍ଡି, ମିର୍ଜା ମୁର୍ମୁ, ଅନ୍ୟପକ୍ଷେ ଅଟୋ ଚାଳକ ନାମ ଜଣାପଡ଼ିନାହିଁ। ସୂଚନାନୁଯାୟୀ, ରବିବାର ସକାଳେ ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିବା ଏକ କାର ଧାମନଗର ଛକ ଓଭରବ୍ରିଜ ନିକଟରେ ହଠାତ ଭାରସାମ୍ୟ ହରାଇଥିଲା। ଫଳରେ କାର ସାମ୍ନାରେ ଯାଉଥିବା ଏକ ଅଟୋକୁ ପାର୍ଶ୍ୱ ସାଇଡକୁ ଧକ୍କା ଦେଇଥିଲା। ଏହାପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସମେତ ଏକ ଷ୍ଟ୍ରିଟ୍ ଲାଇଟ୍ ଖୁଂଟରେ ଧକ୍କା ହୋଇ ମେଂଚା ହୋଇଯାଇଥିଲା। ଦୁର୍ଘଟଣା ପରେ କାର ଭିତରେ ରକ୍ତାକ୍ତ ଅବସ୍ଥାରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା। ଗ୍ୟାସ୍ କଟର ସହାୟତାରେ କାରକୁ କାଟି ଫସିଥିବା ଲୋକଙ୍କୁ ବାହାର କରାଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ କାର ଓ ଅଟୋକୁ ରାସ୍ତାରୁ ହଟାଇ ଥାନାକୁ ନେଇଥିଲା। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କାରଟି କେଉଁ କାରଣରୁ ହଠାତ୍ ଭାରସାମ୍ୟ ହରାଇଲା, ତାହା ସ୍ପଷ୍ଟ ହୋଇନଥିବାବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

SOURCE: ODIA PUA