Home national news oriya କୃଷି ଋଣ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ଅଭିଯୋଗ,ଦୋବଲ ଏସବିଆଇ ଶାଖା ବିରୋଧରେ ଥାନାରେ ଅଭିଯୋଗ

କୃଷି ଋଣ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ଅଭିଯୋଗ,ଦୋବଲ ଏସବିଆଇ ଶାଖା ବିରୋଧରେ ଥାନାରେ ଅଭିଯୋଗ

6
0

Source :- ODIA PUA

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଋଣ ଖାତାରୁ ତାଙ୍କ ସମ୍ମତି ବିନା ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ଅଭିଯୋଗ କରିଛନ୍ତି ରାଧାବଲ୍ଲଭପୁର ଗ୍ରାମର ସଞ୍ଜୀବ କୁମାର ମହାନ୍ତି। ଏନେଇ ସେ ହି ଜିଲ୍ଲାର ଧାମନଗର ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ସହ ଟଙ୍କା ଫେରସ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସଞ୍ଜୀବ କୃଷି ଋଣ ପାଇଁ ଦୋବଲ ଏସବିଆଇ ଶାଖାରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ପରେ ତାଙ୍କ ନାମରେ କୃଷି ଋଣ ଖାତା ଖୋଲାଯାଇଥିଲା। ତେବେ ଗତ ଅଗଷ୍ଟ ୧୯ରେ ତାଙ୍କ ଅଜାଣତରେ ଉକ୍ତ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହି ଟଙ୍କା କେଉଁ କାରଣରେ କଟିଲା ଏବଂ କେଉଁ ଖାତାକୁ ଗଲା, ସେ ସମ୍ପର୍କରେ ତାଙ୍କୁ ସ୍ପଷ୍ଟ ସୂଚନା ମିଳିନଥିବା ସଞ୍ଜୀବ ଅଭିଯୋଗରେ ଦର୍ଶାଇଛନ୍ତି। ଟଙ୍କା ଫେରସ୍ତ ଓ ଡେବିଟ୍‌?ର କାରଣ ଜାଣିବା ପାଇଁ ସେ ବ୍ୟାଙ୍କ ଶାଖାକୁ ଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଏହି ଟଙ୍କା କିପରି ଡେବିଟ୍ ହେଲା, କାହା ନିର୍ଦ୍ଦେଶରେ ହେଲା ଏବଂ ଟଙ୍କା କେଉଁ ଖାତାକୁ ଯାଇଛି, ତାହାର ତଦନ୍ତ କରାଯାଇ ତାଙ୍କୁ ଟଙ୍କା ଫେରସ୍ତ କରାଯାଉ ବୋଲି ସଞ୍ଜୀବ ଦାବି କରିଛନ୍ତି।

SOURCE: ODIA PUA