Home national news oriya ଆଗରପଡା କଲେଜର ୪୭ ତମ ପ୍ରତିଷ୍ଠା ଦିବସ

ଆଗରପଡା କଲେଜର ୪୭ ତମ ପ୍ରତିଷ୍ଠା ଦିବସ

5
0

Source :- ODIA PUA

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା କଲେଜର ୪୭ ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, ଆଗରପଡା ମାଟି ବରପୁତ୍ରର ମାଟି, ଏହାର ଟେକ ବଜାଇ ରଖିବାକୁ ହେଲେ ସମୟର ସଦ୍ ଉପଯୋଗ କରି ପାଠପଢି ବଡ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କ୍ଷୀରୋଦ ସାମଲ ଯୋଗଦେଇ ଛାତ୍ରଛାତ୍ରୀ ମାନେ ସମୟାନୁବର୍ତର୍ର୍ିତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପିକା ସାବିତ୍ରୀ ମଞ୍ଜରୀ ଦାସ ସ୍ୱାଗତ ଭାଷଣ, ଡେମନଷ୍ଟ୍ରେଟର ମହେଶ୍ୱର ମଲ୍ଲିକ ଅତିଥି ପରିଚୟ, ମୁଖ୍ୟ ସହାୟକ ଅଶୋକ ସାହୁ ବିବରଣୀ ପାଠ ଓ ଅଧ୍ୟାପକ ଡ. ସେକ ଅବଦୁଲ ଗଫାର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ଅଧ୍ୟକ୍ଷା ପ୍ରେମଲତା ଦାଶ, ପ୍ରାଧ୍ୟାପିକା ସନ୍ଧ୍ୟାରାଣୀ ନାୟକ, ଡେମନଷ୍ଟ୍ରେଟର ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ ।

SOURCE: ODIA PUA