Home national news oriya ଖଣ୍ଡତଡ଼ା ପଂଚାୟତରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶ...

ଖଣ୍ଡତଡ଼ା ପଂଚାୟତରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶ ଯାତ୍ରା ଉପରେ ସମାରୋହ

4
0

Source :- ODIA PUA

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ବ୍ଲକ ଅନ୍ତର୍ଗତ ଖଣ୍ଡତଡ଼ା ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ସହ ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ଏକ ସମାରୋହପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଗ୍ରାମାଂଚଳର ବିକାଶ, କୃଷକ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବ ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପାନୀୟ ଜଳ ଭଳି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଖଣ୍ଡତଡ଼ା ଗ୍ରାମପଂଚାୟତର ସରପଂଚ ବିନୋଦିନୀ ନାୟକ, ପିଇଓ ସମୀକ୍ଷା ତ୍ରିପାଠୀ, ଏଡିଓ ସୁବୋଧ ରାଉତ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଏମ୍‌ବିକେ ଓ ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳା ସଦସ୍ୟମାନଙ୍କ ସହ ପ୍ରାୟ ୧୫୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା ବିଭୂତି ଭୂଷଣ ତ୍ରିପାଠୀ, ବୁଦ୍ଧ ପଣ୍ଡା, ଅଶୋକ ରାଉତ, ଥୁଣିଆ ଭାଇ, ଟୁନା ବେହେରା, ଜ୍ୟୋତି ଆପା, ପ୍ରଭାସ ଭାଇ ଓ କାଳିଆ ଭାଇ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବକ୍ତାମାନେ ତାଙ୍କ ଉଦ୍ୱୋଧନରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓ ରାଜ୍ୟରେ ବିଜେପି ସରକାର ଗତ ବର୍ଷଗୁଡ଼ିକ ମଧ୍ୟରେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଗ୍ରାମାଂଚଳରେ ଭିତିଭୂମି ସୁଦୃଢ଼ୀକରଣ, ସଡ଼କ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ବିକାଶ ଲୋକଙ୍କ ଜୀବନଯାପନରେ ସକାରାତ୍ମକ ପରିବର୍ତନ ଆଣିଛି। ଶେଷରେ ସମସ୍ତ ଉପସ୍ଥିତ ଜନପ୍ରତିନିଧି, ଅଧିକାରୀ ଓ କର୍ମୀମାନେ ରାଜ୍ୟ ଏବଂ ଦେଶର ସର୍ବାଙ୍ଗୀନ ବିକାଶ ସହ ଜନସେବାରେ ନିରନ୍ତର କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

SOURCE: ODIA PUA