Home national news oriya ଗୋପବନ୍ଧୁ ସେବକ ସେନା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ

ଗୋପବନ୍ଧୁ ସେବକ ସେନା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ

5
0

Source :- ODIA PUA

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ଅଗ୍ରଣୀ ସୋଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ଉତ୍କଳ ମଣି ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ଓ ଗୋପବନ୍ଧୁ ସେବକ ସେନାର ବାର୍ଷିକ ଉତ୍ସବ ତିହିଡି ଟାଉନ ହଲରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର ସଭାପତି ରାଜୀବ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ସ୍ୱେଛାସେବୀ ସଂଗଠନ ମାନେ ସେବା ଓ ତ୍ୟାଗ ମନୋବୃତି ରଖିକାର୍ଯ୍ୟକରିବା ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଭଦ୍ରକ ମୋହରିର ସଙ୍ଘ ସମ୍ପାଦକ ରାମଚନ୍ଦ୍ର ନାୟକ ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାନେତ୍ରୀ ମଧୁସ୍ମିତା ଦାସ ,ସୟା ପଂଚାୟତର ସରପଂଚଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ଶତପଥି ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୋପବନ୍ଧୁ ସେବକସେନା ସେବା କାର୍ଯ୍ୟ କରିଆସୁଥିବାରୁ ସଂଗଠନର ମୁଖ୍ୟ ରାଜୀବୀ ନାୟକ ଧନ୍ୟବାଦର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ। ସେବକ ସେନାର ଉପଦେଷ୍ଟା ତଥା ଅଡିଟର ବସନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ ଉପରେ କବିମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା। କବି ନରହରି ନାୟକ, ମୁକୁନ୍ଦଦେବ ନାୟକ, ବସନ୍ତ କୁମାର ଦାସ, ଅନିତା କର, ମନୋଜ ପାଣିଗ୍ରାହୀ, ରତ୍ନାକାର ନାୟକ କବିତା ପାଠ ଓ ଆଲୋଚନା କରିଥିଲେ। ସକାଳେ ସେବକ ସେନା ପକ୍ଷରୁ ତିହିଡି ମେଡିକାଲର ଅନ୍ତେବାସୀ ରୋଗୀଙ୍କୁ ଫଳ ବଂଟନ କରାଯାଇଥିବା ବେଳେ ଅପରାହ୍ନରେ ସୟା ପତିତପାବନ ବୁଦ୍ଧାଶ୍ରମର ଅନ୍ତେବାସୀଙ୍କୁ ବସ୍ତ୍ର ଓ ଫଳ ବଂଟନ କରାଯାଇଥିଲା। ସଂଘର ନୂତନ ସଦସ୍ୟା ଭାବେ ଝୁନାରାଣୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସଂଘର ଉପସଭାପତି ଅଭିରାମ ଦାସ ,ସମ୍ପାଦକ ଅଶୋକ କୁମାର ନାୟକ, ସହସମ୍ପାଦକ ବିରେନ କୁମାର ସେନାପତି ,ଉପଦେଷ୍ଟା କ୍ଷୀରୋଦ କୁମାର ଦାସ, ମଧୁସୂଦନ ପାଢ଼ୀ, ଆଇନଜୀବି ତୁଷାର କୁମାର ସ୍ୱାଇଁ, ରବି ଶଙ୍କର ଦାସ,ଗୌରାଙ୍ଗ ଯେନା ,ସଭ୍ୟ ହରିହର ସାହୁ, ଅମୂଲ୍ୟ ଚନ୍ଦ୍ର ସାହୁ, ସରସ୍ୱତୀ ସେନାପତି, କଲ୍ୟାଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ।

SOURCE: ODIA PUA