Source :- ODIA PUA
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସିନ୍ଦୋଳ ପୂଜ୍ୟ ପୂଜା ସଂସଦ ପକ୍ଷରୁ ଅରୁହା ଜଗନ୍ନାଥ ବେଣୁଧର ନୋଡାଲ ଏମଇ ସ୍କୁଲ ପରିସରରେ ମଙ୍ଗଳବାର ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଜୟନ୍ତ ମହାନ୍ତିଙ୍କ ସଭାତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଡ଼. ଅଭୟ ଦାସ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଳିତା,ସମ୍ମାନିତ ଅତିଥିଭାବେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି,ଶିକ୍ଷାବିତ ଶୀତଳ କୁମାର ବେହେରା ,ମଥୁରା ମୋହନ ବେହେରା ପ୍ରମୁଖ ଯୋଗଦେଇ ନାଗରିକ ସମ୍ବର୍ଦ୍ଧନା ମାଧ୍ୟମରେ ପୂଜ୍ୟ ପୂଜାର ସମ୍ନାନ କରିବା ଆମର ପରମ କର୍ତବ୍ୟ ହେବା ଆବଶ୍ୟକ ବୋଲି କହିଥିଲେ।ଶିକ୍ଷକ ସୁବାଷ ଦାସ ମଂଚ ଆହ୍ୱାନ କରିଥିଲେ । କବି ରବିକୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷକ ପ୍ରାଣକୃଷ୍ଣ ରାଉଳ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ଉମାକାନ୍ତ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କବି ବିଜୟ ବେହେରା,ଆଶୁତୋଷ କରଣ,ମୁକୁନ୍ଦଦେବ ନାୟକ,ଦାମୋଦର ସେନାପତି,ଗୟାଧର ସେଠୀ ଓ ଦେବେନ୍ଦ୍ର ବାରିକ ପ୍ରମୁଖ ବକ୍ତ୍ୟବ ଦେଇଥିଲେ।କବି ବଳରାମ ମଲ୍ଲିକ,ରବିନ୍ଦ୍ର ସେନାପତି,ବିପ୍ଳବ ନାୟକ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।
SOURCE: ODIA PUA







