Home national news oriya ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲରେ ସାଇବର କ୍ରାଇମ ସଚେତନତା

ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲରେ ସାଇବର କ୍ରାଇମ ସଚେତନତା

7
0

Source :- ODIA PUA

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ଧାମରା ସାମୁଦ୍ରିକ ଥାନା ପକ୍ଷରୁ ଏକ ସାଇବର କ୍ରାଇମ ସଚେତନତା ଶିବିର ଅନୁଷ୍ଠିତ ହେ।।ଇଯାଇଛି। ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଏହି କାର୍ଯ୍ୟକ୍ରମ ସଂପାଦନା ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ, ସହକାରୀ ସବଇନ୍‌ସପେକ୍ଟର କୃଷ୍ଣଚନ୍ଦ୍ର ନାୟକ, ରତିକାନ୍ତ ସେଠୀ, ଚିତ ରଞ୍ଜନ ଓଝା,ସେକ ପରଓାଜ କାଦ୍ରି ଏବଂ ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମଂଚାସୀନ ଅତିଥିଗଣ ସାଇବର କ୍ରାଇମ ସଚେତନତା ର ଉପଯୋଗିତା ଏବଂ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ଏବଂ ଜନସାଧାରଣ କିପରି ସାଇବର ଠକେଇ ରୁ ବଂଚି ପାରିବେ ସେ ବିଷୟରେ ସଚତେନ କରାଇଥିଲେ। ଉପସ୍ଥିତ ଅନ୍ୟ ଅତିଥି ମାନେ ସାଇବର କ୍ରାଇମ ସଚେତନତା ର ସୁଫଳ ଏବଂ ବର୍ତମାନ ସମାଜରେ ଏହାର ଆବଶ୍ୟକତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

SOURCE: ODIA PUA