Home national news oriya ଧାମରା ଥାନାଧିକାରୀ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଡିକ୍ସ ସମ୍ମାନରେ ସମ୍ମାନିତ

ଧାମରା ଥାନାଧିକାରୀ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଡିକ୍ସ ସମ୍ମାନରେ ସମ୍ମାନିତ

4
0

Source :- ODIA PUA

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ପୁଲିସ ମହାନିର୍ଦେଶକଙ୍କ ଦ୍ୱାରା ଡିକ୍ସ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ପୁଲିସ ଭବନରେ ଆୟୋଜିତ ଏକ ସମାରୋହରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଶୋଭନ କୁମାର ସ୍ୱାଇଁଙ୍କ ଁ ଉତ୍କୃଷ୍ଟ ଓ ପ୍ରଶଂସନୀୟ ସେବା ପାଇଁ ପଦକ ଏବଂ ମାନପତ୍ର ପ୍ରଧାନ କରିିବା ଅବସରରେ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ଧାମରା ଥାନାଧିକାରୀ କେବଳ ଧାମରା ଅଂଚଳରେ ନୁହେଁ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନା ମାନଙ୍କରେ ରହି ଜନସାଧାରଣଙ୍କ ବିଶ୍ୱସଭାଜନୀୟ ହୋଇ ପାରିଛନ୍ତି। ଡିକ୍ସ ସମ୍ମାନରେ ସମ୍ମାନୀତ ହେବା ପରେ ବିଭିନ୍ନ ଅଂଚଳର ଜନସାଧାରଣଙ୍କ ନିକଟରୁ ପ୍ରଶଂସା ମିଳୁଛି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜନସାଧାରଣଙ୍କୁ ସେବା ଯୋଗାଇବାରେ ସେ ନିଜକୁ ନିୟୋଜିତ କରିବା ସହ ସମସ୍ତ ଜନସାଧାରଣ ପୁଲିସ କୁ ସହଯୋଗର ହାତ ବଢାଇଲେ ପୁଲିସ ଏବଂ ଜନତା ଙ୍କ ମଧ୍ୟରେ ଦୂରତା କମିବା ସହ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇପାରିବ।

SOURCE: ODIA PUA