Source :- ODIA PUA
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷାଋତୁ ଆସିଗଲା। ଆଉ କିଛିଦିନ ପରେ ଢାଳିବ ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ଡ୍ରେନଜ ବ୍ୟବସ୍ଥା ନ ଥିବାରୁ ପୂର୍ବବର୍ଷ ଭଳି ଏଥର ବି ରାଣୀତାଲ ବଜାର ପାଣିରେ ବୁଡିବ। ସୂଚନା ଅନୁସାରେ ଭଦ୍ରକ ଜିଲ୍ଳାର ଶେଷ ସୀମାରେ ଥିବା ରାଣୀତାଲ ବଜାରର ଆଖ ପାଖରେ ପ୍ରାୟ ଶହେ ଏକର ଜମିର ପାଣି ଗଡି ରାଣୀତାଲ ବଜାର ଦେଇ କେନାଲ କୁ ଯାଉଛି। ସେପଟେ ଜୁଡ଼ାଗଡିଆ ହେଉ କି ସରସତିଆ, ରମ୍ଭିଳା ହେଉ କି ରାହାଞ୍ଜ ସବୁ ଅଂଚଳର ପାଣି ରାଣୀତାଲ ଦେଇ କେନାଲ କୁ ଯାଉଛି। ୧୬ନମ୍ୱର ଜାତୀୟ ରାଜପଥ କାମ ବେଳେ ନା ଏହି ଡ୍ରେନେଜ ବ୍ୟବସ୍ତା ଠିକ କରାଗଲା ନା କୁପାରୀ ରାଣୀତାଲ ରାଜ୍ୟ ରାଜପଥ କାମ ବେଳେ ଏହାକୁ ଦୃଷ୍ଟି ଦିଆଗଲା। ସମସ୍ତେ ରାଣୀତାଲ ଗଳାପୋଲ ପାଖରେ ନିଜ କାମ ରଖି ଠିକାଦାର ଛୁ ମାରିଲେ। ରାଣୀତାଲ ବଜାର ପାଖରୁ କେନାଲ କୁ ମାତ୍ର ୨୦୦ମିଟର ଦୂର ହୋଇ ଥିଲେ ବି ଡ୍ରେନେଜ ସିଷ୍ଟମ ନଥିବାରୁ ବର୍ଷାଦିନେ ପାଣି ନିଷ୍କାସନ କମ ହେଉଛି। କେତେକ ଦୋକାନୀ ହୋମ ପାଇପ ପକାଇ ନିଜ ଦୋକାନକୁ ରାସ୍ତା ନେଇଥିବା ବେଳେ ପତ୍ରଦୂନା ଆଦି ପଡି ସେ ନାଳ ଏବେ ବନ୍ଦ। ଗତ ବର୍ଷ ବର୍ଷାରେ ଦୀର୍ଘ ପାଂଚ ଦିନ ଧରି ରାଣୀତାଲ ବଜାର ବୁଡି ରହିବା ପାରେ ସ୍ଥାନୀୟ କିଛି ବୁଦ୍ଧିଯିବି ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ ନିଜେ ଠିଆ ହୋଇ ନାଳ ନିଷ୍କାସନ କାର୍ଯ୍ୟ ତଦାରଖ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ହେଲେ କାମ ଯେଉଁଠି ଅଟକି ଥିଲା ସେଇଟି ଅଟକିଛି ହେଲେ ପୁଣି ବର୍ଷଦିନ ଆସି ପହଂଚିଲାଣି। ରାଜନେତା ହେଉ କି ଜିଲ୍ଲା ପ୍ରଶାସନ ର ଏଥି ପ୍ରତି ନିଘା ଥିବା ଭଳି ମନେ ହେଉ ନାହିଁ। ଏହାର ସ୍ଥାୟୀ ସମାଧାନ ନ କଲେ ଆଗକୁ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
SOURCE: ODIA PUA




